ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ରଥ ଯାତ୍ରା । ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଯାଇଛି ବଡ ଭାଇ ବଳଭଦ୍ରଙ୍କ ପହଣ୍ଡି ନୀତି । ବଡ ଠାକୁର ରତ୍ନ ବେଦୀରୁ ଓହ୍ଲାଇ ବଡ ଦାଣ୍ଡକୁ ପହଣ୍ଡି ହୋଇ ଆସୁଛନ୍ତି ।
ଧାଡି ପହଣ୍ଡିରେ ବଡ ଦାଣ୍ଡକୁ ଆସୁଛନ୍ତି ବଡ ଠାକୁର । ଘଣ୍ଟ, ଘଣ୍ଟା ଘର୍ଘର ନାଦରେ ଚାଲିଛି ବଡ ଠାକୁରଙ୍କ ପହଣ୍ଡି । ହଲି ହଲି , ଝୁଲି ଝୁଲି , ଟାହିଆ ପିନ୍ଧି ଆସୁଛନ୍ତି ବଡ ଠାକୁର । ବଡ ଠାକୁର ଯେଉଁ ଟାହିଆ ପରିଧାନ କରିଛନ୍ତି ତାହା ରଘୁ ହରିଦାସ ମଠରୁ ଆସିଛି । ପହଣ୍ଡି ହୋଇ ତାଳଧ୍ୱଜ ରଥରେ ବିରାଜମାନ କରିବେ ବଡ ଠାକୁର ଶ୍ରୀବଳଭଦ୍ର । ଯେଉଁ ରଥ ସବୁଜ ଏବଂ ନାଲି ରଙ୍ଗର କପଡାରେ ତିଆରି ।
ଚଳିତ ବର୍ଷ କୋଭିଡ ୧୯ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମ ସେବାୟତରେ ନୀତି ଅନୁଷ୍ଠିତ ହେଉଛି ।