ମାଲକାନଗିରି (ଏଟିଆର ବ୍ୟୁରୋ) ; ସବୁ ସରିଗଲା । ନିଜର ଝାଳବୁହାଇ କରିଥିବା ଫସଲ ପୋଡିଜଳି ପାଉଁଶ ହୋଇଗଲା । ବହୁ ଦିନଧରି କରିଥିବା ପରିଶ୍ରମ ଶେଷରେ ପାଣି ଫୋଟକା ଭଳି ଫାଟିଗଲା । ଅନ୍ୟର ପେଟ ପାଇଁ ଚିନ୍ତା କରୁଥିବା ଚାଷୀ ଶେଷରେ ନିଜ ପେଟ ପାଇଁ ଦାନା ବି ରଖିପାରିଲାନି । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଳା କୋରମୁଣ୍ଡା ବ୍ଳକର ଏମଭି ୫୧ ଗାଁରେ ।
ମିଳିଥିବା ସୂଚନା ମୁତାବକ ଗାଁର ଦିଲ୍ଳୀପ ମଣ୍ଡଳ ନାମକ ଜଣେ ଚାଷୀଙ୍କ ଚାଷ ଜମିରୁ ଧାନ ଫସଲ ଅମଳ କରୁଥିବା ବେଳେ ହଠାତ ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ସାଙ୍ଗେ ସାଙ୍ଗେ ଦିଲ୍ଲୀପଙ୍କ ୫ ଏକର ଜମିରେ ବ୍ୟାପିଯାଇଥିଲା । ଫଳରେ ସବୁ ଫସଲ ପୋଡି ପାଉଁସ ହୋଇଯାଇଥିଲା । ଆଖପାଖରେ ଥିବା ବିଲରେ ମଧ୍ୟ ନିଆଁ ଲାଗିଯାଇ ଲକ୍ଷାଧିକ ଟଙ୍କାର ଧାନ ଫସଲ ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡରେ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ଦେଖିବାକୁ ମିଳିଛି ।
ଦମକଳ ବାହିନୀକୁ କଲ କରିବା ପରେ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ସେତେବେଳକୁ ପ୍ରାୟ ଫସଲ ପୋଡି ପାଉଁସ ହୋଇଯାଇଥିଲା । ଫସଲ ନଷ୍ଟ ହେବା ଫଳରେ ଗାଁର ଚାଷୀମାନେ ସରକାରୀ ସହାୟତା ଦାବୀ କରିଛନ୍ତି । ସରକାର କେବେ ଏହି ଚାଷୀମାନଙ୍କ ଦୁଃଖକୁ ବୁଝି ଏମାନଙ୍କୁ କ୍ଷତି ପୂରଣ ଦେବେ ? ଏମାନଙ୍କ ଦାବୀରେ ରାଜି ହେବେ ତ କୃଷି ବିଭାଗ ? ଏଭଳି ଅନେକ ପ୍ରଶ୍ନ ଉଠିଛି ସାଧାରଣ ଲୋକଙ୍କ ମନରେ । ସରାକରୀ ସହାୟତାକୁ ଚାତକ ଭଳି ଅନାଇ ବସିଛନ୍ତିି ଏମଭି ୫୧ଗାଁର ଚା