ସୁନ୍ଦରଗଡ ( ଏଟିଆର ବ୍ୟରୋ): ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳି ମାଡ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଘରକୁ ଫେରୁଥିଲେ ବାଜିଲା ଗୁଳି । ଗୂୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଏମିତି ଏକ ଘଟଣା ଘଟିଛି ଝାରସୁଗୁଡା ତଲସରା ଥାନା ଅନ୍ତର୍ଗତ କୁରେଇ ଗାଁରେ । ପଲସର ବାଇକରେ ୩ ଜଣ ଆସି ସରପଞ୍ଚଙ୍କ ସ୍ୱାମୀଙ୍କୁ ପଉରୁ ଗୁଳି ମାରିଛନ୍ତି ।
ସୂଚନା ଅନୁସାରେ କୁରେଇ ପଞ୍ଚାୟତ ସରପଞ୍ଚ ସରପଞ୍ଚ ସବିତା ବାରିକ୍ଙ୍କ ସ୍ବାମୀ ହୃନ୍ଦାନନ୍ଦ ବାରିକ ଗତ ରାତିରେ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରୁଥିଲେ। ଗାଁ ଛକରୁ ଘରକୁ ଫେରୁଥିବା ବେଳେ କିଛି ବୁଝିବା ପୂର୍ବରୁ ବାଇକ୍ରେ ଆସି ୩ଦୁର୍ବୃତ୍ତ ବୃନ୍ଦାବନଙ୍କ ଉପରେ ଗୁଳିମାଡ କରିଥିଲେ । ଗୁଳିଟି ବୃନ୍ଦାବନଙ୍କ ମୁଣ୍ଡରେ ବାଜିଥିବା ଜଣାପଡିଛି ।
ଗୁଳିମାଡ କରି ଘଟଣା ସ୍ଥଳରୁ ଦୁବୃତ୍ତ ମାନେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ବୃନ୍ଦାବନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ବୃନ୍ଦାବନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣା ପଡିଛି । ସୂଚନା ଅନୁସାରେ ବୃନ୍ଦାବନ ବାରିକ ଜଣେ ଠିକାଦାର ଭାବେ କାର୍ଯ୍ୟ କରନ୍ତି । କାମ ଉପରେ ରହିଥିବା କିଛି ପୂର୍ବ ଶତୃତାରୁ କେହି ଦୁବୃତ୍ତ ଏମିତି କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ତଲସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।