ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଥିଲା ନିର୍ବାଚନର ପ୍ରଥମ ପର୍ଯ୍ୟାୟ । ଆଜି ନିର୍ବାଚନକୁ ନେଇ କେତେକ ସ୍ଥାନରେ ଗଣ୍ଡଗୋଳ ହୋଇଥିବା ବେଳେ କେତେକ ସ୍ଥାନରେ ଭୋଟର କିଛି ଦାବୀ ନେଇ ଭୋଟ ବର୍ଜନ କରିଥିବା ନଜର ଆସିଛି । ସେହିଭଳି କେତେକ ସ୍ଥାନରେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ମତଦାନ କେନ୍ଦ୍ରରେ ବିବାଦ ଦେଖିବାକୁ ମିଳିଛି । ଆଜି ପ୍ରଥମ ପର୍ଯ୍ୟାୟ ମତଦାନରେ ବ୍ୟାପକ ରିଗିଂ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛିନ୍ତି ।
ବ୍ରହ୍ମପୁର ଲୋକସଭା ଆସନ ଚିକିଟି ବିଧାନସଭା ମଣ୍ଡଳୀରେ ଆଜି ମନୋରଂଜନ ସାମନ୍ତରାୟଙ୍କୁ ଝାଟିଆପଦା ୮୨ ନଂ ବୁଥରେ ଆକ୍ରମଣ କରାଯାଇଛି । ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଚିକିଟି ବିଧାନସଭା କ୍ଷେତ୍ରର ୧୮ ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ଉପସ୍ଥିତ ରହିବାକୁ ଦିଆଯାଇ ନାହିଁ । ସେହପରି ୫ ଟିରେ ବିଜେପି ଏଜେଣ୍ଟକୁ ର୍ଦୁବ୍ୟବହାର କରାଯାଇଛି । କୋରାପୁଟ ୧୫୯ନଂ ବୁଥରେ ବିଜେପି ଏଜେଣ୍ଟକୁ ଗୋଟିଏ ଘରେ ତାଲା ପକାଇ ରଖାଯାଇଥିଲା । ଏହାର ଉତ୍ତରରେ ବିଜେଡି କହିଛି ପରାଜୟର ଭୟରେ ବିଜେପି ଏମିତି କହୁଛି । ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଗକୁ ଆହୁରି ୩ ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।