ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ପ୍ରଥମ ମାନବରହିତ ଉଡାଣ ଭରିବାକୁ ପ୍ରସ୍ତୁତ ଗଗନଯାନ ପରିଯୋଜନା ଉପରେ ସଙ୍କଟର ବାଦଲ ଛାଇ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପି ଲାଗୁ ହୋଇଥିବା ଲକ୍ ଡାଉନ୍ ଯୋଗୁଁ ଏହି ପରିଯୋଜନାରେ ବିଳମ୍ବ ହୋଇପାରେ । ଏହାସହିତ ଚଳିତ ବର୍ଷ ଗଗନଯାନ ପରିଯୋଜନାକୁ ରଦ୍ଦ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।
ଇସ୍ରୋର ଆଧିକାରିକ ମୁତାବକ, ଏପର୍ଯ୍ୟନ୍ତ ଗଗନଯାନ ଅଭିଯାନ କୁ ରଦ୍ଦ କରିବାର ନିଷ୍ପତି ନିଆଯାଇ ନାହିଁ ।
ଇସ୍ରୋ ପକ୍ଷରୁ ଏହା ପୂର୍ବରୁ କୁହାଯାଇଥିଲା କି,ଗଗନଯାନ ଯୋଜନା ଅନୁସାରେ ମାନବ ଉଡାଣ ପୂର୍ବରୁ ଦୁଇଟି ମାନବରହିତ ପରୀକ୍ଷଣ ଉଡାଣ କରିବାର ଅଛି । ଏହି ଟ୍ରାୟଲ ଉଡାଣ ଜରିଆରେ ମନୁଷ୍ୟକୁ ଅନ୍ତରୀକ୍ଷକୁ ପଠାଇବା ପୂର୍ବରୁ ସମସ୍ତ ପ୍ରଣାଳୀର ପରୀକ୍ଷଣ କରିବ । ପ୍ରଥମ ଟ୍ରାୟଲ ଉଡାଣ ଡିସେମ୍ବର ୨୦୨୦ ରେ ରଖାଯାଇଥିବା ବେଳେ ଦ୍ୱିତୀୟ ଟ୍ରାୟଲ ଜୁଲାଇ ୨୦୨୧ କୁ ରଖାଯାଇଛି । କିନ୍ତୁ ପ୍ରଥମ ମାନବ ରହିତ ଟ୍ରାୟଲ ଉଡାଣରେ ବିଳମ୍ବ ହେବାର ଅର୍ଥ ଆଗାମୀ ବର୍ଷ ଇସ୍ରୋକୁ ଦୁଇଟି ଯାକ ମାନବ ରହିତ ମିଶନ ଆରମ୍ଭ କରିବାକୁ ପଡିବ ।