ପୁରୀ(ଏଟିଆର ବ୍ୟୁରୋ): ଚଳିତ ବର୍ଷ ରଥଯାତ୍ରା ବନ୍ଦ ରଖିବା ପାଇଁ ସୁପ୍ରିମକୋର୍ଟରେ ରାୟ ଶୁଣାଣୀ ହେବ ପରେ ବହୁ ବିବାଦ ଦେଖିବାକୁ ମିଳୁଛି । ତେବେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ୫ଟି ଆବେଦନ କରାଯାଇଛି । ଅଫ୍ତାବ୍ ହୁସେନ୍, ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ, ଶ୍ରୀମନ୍ଦିର ଛତିଶା ନିଯୋଗ ମୁଖ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଦାସ ମହାପାତ୍ର ଓ ରାଷ୍ଟ୍ରୀୟ ହିନ୍ଦୁ ମହାସଭା ପକ୍ଷରୁ ଆବେଦନ କରାଯାଇଛି । ତେବେ ଏହି ପିଟିସନ ମାନଙ୍କରେ ଅଳ୍ପ ସେବାୟତ ମାନଙ୍କୁ ନେଇ ରଥଯାତ୍ରା କରିବା ପାଇଁ କୁହାଯାଇଛି ।
ସ୍ନାନ ଯାତ୍ରା ବେଳେ ଯମିତି ସେବାୟତ ମାନେଙ୍କର କୋଭିଡ ପରିକ୍ଷା କରାଯାଇ ସ୍ନାନ ପୂର୍ଣ୍ଣିମା କରାଯାଇଥିଲା ସେହିପରି ରଥଯାତ୍ରା କରାଯାଉ । ରଥଯାତ୍ରା ସମୟରେ ଲୋକମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯାଇ କେବଳ ସେବାୟତ ମାନେ ରଥ ଟାଣି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନିଆନ୍ତୁ ବୋଲି ପିଟିସନରେ କୁହାଯାଇଛି । ତେବେ ରଥଯାତ୍ରା କରିବା ପାଇଁ ପୁନଃ ବିଚାର କରାଯାଇ ଏହା ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ମାନେ ଗୁହାରି କରିଛନ୍ତି ।
ସୂଚନାଯୋଗ୍ୟ ପ୍ରଥମେ ହାଇକୋର୍ଟରେ ରଥଯାତ୍ରା ବନ୍ଦ କରିବା ପାଇଁ ଆବେଦନ କରାଯାଇଥିଲା । ଏହାକୁ ହାଇକୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଥିଲା । ଏହା ସହ ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟ ସରକାର ରଥଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା କରିବେ । ଏହା ପରେ ଆବେଦନକାରୀ ମାନେ ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ କରିବା ପାଇଁ ଆବେଦନ କରାଯାଇଥିଲା ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଗଠିତ ୩ ଜଣିଆ ଖଣ୍ଡପିଠ ରଥଯାତ୍ରା ବନ୍ଦ କରିବା ପାଇଁ ରାୟ ଶୁଣାଣୀ କରିଥିଲେ । ଏହା ସହ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଥିଲା ଯେ, ଲୋକ ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନଜରରେ ରଖି ରଥଯାତ୍ରା ପାଇଁ ଅନୁମତି ଦିଆ ଯାଇପାରିବ ନାହିଁ । ବର୍ତ୍ତମାନ କରୋନା ମହାମାରୀ ବ୍ୟାପୁଥିବାରୁ ଲୋକ ମାନେ ସମାବେଶ ହେବାର ଅନୁମତି ଦିଆଯାଇପାରିବ ନାହିଁ । ଏଥିପାଇଁ ଅନୁମତି ଦେଲେ ମହାପ୍ରଭୁ ଆମକୁ କ୍ଷମା କରିବେ ନାହିଁ ।