ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଡଲଫିନ୍ ଗଣନା । ସାରା ରାଜ୍ୟରେ ଥିବା ବନଖଣ୍ଡ ଅଞ୍ଚଳ ମାନଙ୍କରେ ଏହି ଡଲଫିନ୍ ଗଣାନା ପ୍ରକ୍ରିୟା ଆରମ୍ଭ ହୋଇଛି ।
ସକାଳ ୬ ଟାରୁ ଏହି ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ୧୨ ଯାଏଁ ଚାଲିବ ବୋଲି ଜଣାପଡିଛି । ଡଲଫିନ୍ ଗଣନା ପାଇଁ ଭିତର କନିକା ବା ରାଜନଗରରେ ୯ଟି ଟିମ୍ ଗଣନାରେ ସାମିଲ ଅଛନ୍ତି, ସେହିପରି ଚିଲିକାରେ ଡଲଫିନ୍ ଗଣନା ଲାଗି ୧୮ ଟି ଟିମ୍ ସାମିଲ ହୋଇଛି । ଏହି ଗଣନା କାର୍ଯ୍ୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଓୟୁଟି, ଏନଜିଓର କର୍ମକର୍ତ୍ତା ମାନେ ସାମିଲ ଅଛନ୍ତି ।
ଅନ୍ୟପଟେ ସକାଳୁ ସକାଳୁ ଘନ କୁହୁଡି ଲାଗିଥିବାରୁ କୋଣାର୍କରେ ଡଲଫିନ୍ ଗଣନା ପ୍ରକ୍ରିୟା ବିଳମ୍ବ ହୋଇଛି । ଏଥିପାଇଁ ୩ଟି ଟିମ୍ କୁ ନିୟୋଜିତ କରାଯାଇଛି । ଏହି ଟିମ୍ ଦେବୀ ମୁହାଣରୁ ଅରଖକୁଦା ଯାଏଁ ଡଲଫିନ୍ ଗଣନା କରିବେ । ସେହିପରି ପାରାଦୀପ କୁଜଙ୍ଗରେ ବି ଆରମ୍ଭ ହୋଇଯାଇଛି ଡଲଫିନ୍ ଗଣନା ପ୍ରକ୍ରିୟା ।