ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦେଶରେ ଏଥର ପାଳିତ ହେବ ୭୩ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ କେଉଁ ମନ୍ତ୍ରୀ କେଉଁଠି ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ ଏଥର ସ୍ୱାଧୀନତା ଦିବସରେ ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରୁଥିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକଠାରେ ପତକାତ୍ତୋଳନ କରିବେ।
ସେହିଭଳି ଅନୁଗୁଳରେ ମନ୍ତ୍ରୀ ବିକ୍ରମ ଆରୁଖ, ପୁରୀରେ ପ୍ରଫୁଲ୍ଲ ମଲ୍ଲିକ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ପଦ୍ମନାଭ ବେହେରା, ମୟୁରଭଞ୍ଜରେ ପ୍ରତାପ ଜେନା, ଢେଙ୍କାନାଳରେ କୃଷି, ମତ୍ସ ସମ୍ପଦ ଓ ପଶୁସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସୁନ୍ଦରଗଡଠାରେ ରାଜସ୍ବ ଓ ବିପର୍ୟ୍ୟୟ ପ୍ରଶମନମନ୍ତ୍ରୀ ସୁଦାମ ମାରାଣ୍ଡିି, କନ୍ଧମାଳରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶୁସାନ୍ତ ସିଂହ, ବଲାଙ୍ଗିରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପତକାତ୍ତୋଳନ କରିବେ। ନୟାଗଡ଼ରେ ଟୁକୁନି ସାହୁ, କେନ୍ଦୁଝରରେ ଜଗନ୍ନାଥ ସାରକା, ସମ୍ବଲପୁରରେ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ଅଶୋକ ପଣ୍ଡା, ଯାଜପୁରରେ ସମୀର ଦାଶ, ନବରଙ୍ଗପୁରରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ମାଲକାନାଗିରିରେ ରଘୁନନ୍ଦନ ଦାସ, ରାୟଗଡ଼ାରେ ପଦ୍ମୀନି ଦିଆନ, ଗଜପତିରେ ତୁଷାରକାନ୍ତି ବେହେରା ଓ ଭଦ୍ରକରେ ରାଜସ୍ୱ ପର୍ଷଦ ସଭ୍ୟ ପତାକା ଉତ୍ତୋଜନ କରିବେ।