ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଗୟାନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ୱାନଡେ ମ୍ୟାଚ୍ ରେ ବର୍ଷା ବାଧକ ସାଜିଛି । ବର୍ଷା ଯୋଗୁଁ ମ୍ୟାଚ୍ କୁ ୧୩ ଓଭରରେ ରଦ୍ଦ କରାଯାଇଛି । ଇତି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ କୋହଲି ମଇଦାନରେ ମଝିରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
Things to do when rain stops play
Stay indoors ❎
Dance to entertain☑️
.
.
Watch @imVkohli showcase some dance moves 🕺 as rains 🌧️ washout the 1st ODI between #WIvIND
.
.#Morecricket #FuriousAndFast #SPNSports pic.twitter.com/RygpUBQKfT— SPN- Sports (@SPNSportsIndia) August 9, 2019
ଭିଡିଓରେ ବିରାଟ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କ ସହିତ ଯୁଗଳବନ୍ଦୀ କରୁଥିବାର ନଜର ଆସିଛନ୍ତି । ସେପଟେ ନିଜ ମସ୍ତମୌଲା ଅନ୍ଦାଜ ପାଇଁ ମଶୁର ଗେଲ୍ ଆଈପିଏଲ ରେ ବି ବିରାଟଙ୍କ ସହିତ ଖେଳିସାରିଛନ୍ତି । ସେହିପରି ଗେଲଙ୍କ ସହିତ କେଦାର ଯାଦବ ବି ମଇଦାନରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । କେବଳ ଏହି ତିନି ଜଣ ନୁହଁନ୍ତି ସବୁଠାରୁ ରୋଚକ କଥା ହେଉଛି ବିରାଟଙ୍କ ସହିତ କିଛି ଗ୍ରାଉଣ୍ଡ ଷ୍ଟାଫ ବି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଟିକ୍ ଟକ୍ ରେ ଭାଇରାଲ ହେବାରେ ଲାଗିଛି ।
ମଇଦାନରେ ଡ୍ୟାନ୍ସ କରିବା ଏହା ବିରାଟଙ୍କ କ୍ଷେତ୍ରରେ ପ୍ରଥମ ନୁହେଁ । ଏହାପୂର୍ବରୁ ଅନେକ ଥର ବିରାଟ ମଇଦାନରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । କେବଳ ମ୍ୟାଚ ସମୟରେ ବିରାଟଙ୍କୁ ଗମ୍ଭୀର ଅବସ୍ଥାରେ ଦେଖିବାକୁ ମିଳେ କିନ୍ତୁ ମ୍ୟାଚ ପରେ ତାଙ୍କର ମୁଡ୍ ସର୍ବଦା ମସ୍ତି ମଜାକ କରିବାରେ ରହିଥାଏ ।