ଚିଲିକା(ଏଟିଆର ବ୍ୟୁରୋ): ଚିଲିକା ମଝିରେ ଫସିଲାଥିଲା ଭସାପୋଲ । ତେବେ ଆଜି ଜହ୍ନିକୁଦାରୁ ସାତପଡା ଆସିଲା ବେଳେ ଏକ ଭସାପୋଲ ପ୍ରବଳ ବର୍ଷା ଓ ପବନ ଯୋଗୁ ଚିଲିକା ମଝିରେ ଫସି ହୋଇରହିଥିଲା । ଭସାପୋଲରେ ପାଖା ପାଖି ୮୦ ଜଣ ଯାତ୍ରୀ, ଏକ ଓଁ ନାମକ ବସ, କାର, ବାଇକ ଫସିରହିଥିଲା ।
ବହୁ ସମୟ ଧରି ଚିଲିକା ମଝିରେ ଭସାପୋଲ ଫସିରହିବା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏଥିରେ କାହାର କିଛି କ୍ଷତି ହୋଇନଥିବାର ସୂଚନା ମିଳିଛି । ସୂଚନାଯୋଗ୍ୟ ଗତକିଛି ଦିନ ତଳେ କାଳିଯାଇରୁ ଫେରିବା ସମୟରେ ଚିଲିକା ମଝିରେ ଏକ ଡଙ୍ଗା ବୁଡିଯାଇଥିଲା । ଫଳରେ ୬ଜଣ ଗୁରୁତର ଆହତ ହୋଇଥିଲେ ।