ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଲଘୁଚାପ ଯୋଗୁ ବର୍ଷା ଲାଗି ରହିଛି । ହୀରକୁଦ ଡ୍ୟାମରୁ ବର୍ଷା ଜଳ ନିସ୍କାସିତ କରିବା ପାଇଁ ଗେଟ ଖୋଲା ଯାଇଛି । ଏହି ନିସ୍କାସିତ ଜଳ ବିଭିନ୍ନ ନଦୀରେ ମିଶିବା ପରଠୁ ନଦୀ ଗୁଡିକର ଶାଖା ଫୁଲିବାର ଲାଗିଛି । ଦୟା, ମକରା, ମାଲଗୁଣୀ ଓ ରଜୁଆ ନଦୀର ଜଳସ୍ଥର ବୃଦ୍ଧି ହେବା ଫଳରେ କଣାସ ବ୍ଲକର ୬ଟି ପଞ୍ଚାୟତର ୧୦ ଟି ଗାଁ ଜଳମଗ୍ନ ହୋଇଛି । ଏହା ସହ ଖୋର୍ଦ୍ଧା ଭଣ୍ଡୁଆ, ହରିପୁର , ମାଧୁଆ ଆଦି ଅନେକ ଗାଁରେ ପାଣି ପସିଯାଇଛି । ଫଳରେ ୪ ଦିନ ହେବ ଲୋକ ମାନେ ବିପଦ ସଂଙ୍କୁଳ ଅବସ୍ଥାରେ ରହୁଛନ୍ତି । ଗାଁରେ ପାଣି ପସିଯିବାରୁ ସ୍ଥାନୀୟ ଲୋକ ଗାଁରୁ ବାହାରି ପାରୁ ନାହାନ୍ତି ।
ସେପଟେ ସମ୍ବଲପୁର ଜିଲ୍ଲା ସଦର ୨ଟି ବ୍ଲକରେ ପାଣି ପସିଯିବାରୁ ମଷନିକାନି ଗାଁ ରାସ୍ତା ଉପରେ ୧ଫୁଟ ଉଞ୍ଚର ପାଣି ଚାଲିଛି । ଗାଁରେ ଥିବା ଗୋଟିଏ ମାଟି ଘର ଭୁଷୁଡି ପଡିଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।
ଝାଡସୁଗୁଡା ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଝାଡସୁଗୁଡା ମୁଖ୍ୟ ଚିକିତ୍ସାଳୟ ପାଖରେ ଡ୍ରେନ ସୁବିଧା ନଥିବାରୁ ବର୍ଷା ପାଣି ନିସ୍କାସିତ ହୋଇ ପାରୁନି । ଫଲରେ ଲୋକ ମାନେ ନାଳ ପାଣି ଉପରେ ଯିବା ଆସିବା କରୁଛନ୍ତି । ବିଭିନ୍ନ ଜାଗାରେ ବର୍ଷା ପାଣି ନିସ୍କାସିତ ହୋଇ ପାରୁ ନଥିବାରୁ ଲୋକ ମାନେ ଜଳମଗ୍ନ ହୋଇ ରହିଛନ୍ତି ।