ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ଦେଖା ଦେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଏହି ତିନିଦିନ ପଶ୍ଚିମ ଓଡିଶା ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ଅଧିକ ମାତ୍ରାରେ କୁହୁଡି ପଡିପାରେ ।
ଯାହା ଫଳରେ ଧନ ଜୀବନ ପ୍ରଭାବିତ ହେବା ଅନୁମାନ କରଯାଉଛି । ଆଜି ମଧ୍ୟ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାର କେତେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଛି । ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ଅନୁଗୁଳ , ଢେଙ୍କାନାଳ, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ , ନୟାଗଡ, କନ୍ଧମାଳ, କଳାହାଣ୍ଡି, ସୋନପୁର ଓ ବୌଦ୍ଧରେ ଘନ କୁହୁଡି ହେବା ଆଶଙ୍କା କରାଯାଉଛି ।