ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ରାତି ୧ଟା ଯାଏ ଖୋଲା ରହିବ ମଦ ଦୋକନ ଓ ବାର୍ । ଜିରୋ ନାଇଟ ସେଲିବ୍ରେସଡନ ପାଇଁ ରାତି ୧ଟା ଯାଏ ବାର୍ ଓ ମଦ ଦୋକାନ ଖୋଲା ରହିବ । ଏନେଇ ଆଜି ଅବକାରୀ ବିଭାଗ ଅତିରିକ୍ତ ସଚିବ ଅବକାରୀ ବିଭାଗ କମିସନରଙ୍କୁ ଏକ ଚିଠି ଲେଖିଛନ୍ତି । ସରକାରଙ୍କ ଏଭଳି ନିଷ୍ପତିକୁ ବାର୍ ମାଲିକ ଓ ମଦ ଦୋକାନୀ ମାନେ ସ୍ୱାଗତ କରୁଥିବା ବେଳେ ବୁଦ୍ଧିଜୀବୀ ମାନେ ଏଭଳି ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଏଭଳି ନିଷ୍ପତି ପ୍ରଥମ ଥର ପାଇଁ ନିଆଯାଉଛି ।
ସୂଚନା ଯୋଗ୍ୟ ଥାଉ କି, ହକି ବିଶ୍ୱ କପ ସମୟରେ ସରକାର ମଦ ଦୋକନ ଓ ବାର୍ ଗୁଡିକୁ ରାତି ୧ଟା ଯାଏ ଖୋଲି ବାକୁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ଦେଢ ମାସ ଧରି ମଦ ଦୋକାନ ଓ ବାର ଗୁଡିକ ରାତି ୧ଟା ଯାଏ ଖୋଲା ରହୁଥିଲା । ତେବେ ଏହା ପରେ ପୁଣି ପୂର୍ବ ଭଳି ମଦ ଦୋକାନ ଓ ବାର ଖୋଲା ଯାଇଥିଲା । ଜିରୋ ନାଇଟ ସେଲିବ୍ରେସନ ପାଇଁ ମୁମ୍ବାଇରେ ସକାଳ ୬ଟା ଓ କୋଲକତାରେ ରାତି ୪ ଟା ପର୍ଯ୍ୟନ୍ତ ବାର ଗୁଡିକ ଖୋଲା ରହିବ ବୋଲି ସରକାର ଅନୁମତି ଦେଇଛନ୍ତି । ଅନ୍ୟପଟେ କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ଯେ, ବିଳମ୍ବିତ ରାତିରେ ମଦ ପିଇ ଗାଡି ଚଳାଇଳେ ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋମାନଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ଆବଶ୍ୟକ ପଡିଲେ ସେମାନଙ୍କ ବାଇକ ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯିବ ।