ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବିପଦରେ ଶିମିଳିପାଳ ଜଙ୍ଗଲ । ଶିମିଳିପାଳରେ ନିଆଁ ଲିଭାଇବା ପାଇଁ ଆକ୍ଲାନ୍ତ ପରିଶ୍ରମ କରୁଛନ୍ତି ବନ ବିଭାଗ କର୍ମଚାରୀ ଓ ଅଗ୍ନଶମ ବିଭାଗ । ହେଲେ ଲିଭୁନି ନିଆଁ । ଗୋଟିଏ ଜଙ୍ଗଲରେ ନିଆଁ ଲିଭାଇଲା ପରେ ଆଉ ଏକ ଜଙ୍ଗଲରେ ଲାଗୁଛି ନିଆଁ ।ଏନେଇ ସୂଚନା ଦେଇଛନ୍ତି ବନ ବିଭାଗ କର୍ମଚାରୀ ।
ଆଜି ଶିମିଳିପାଳ ଉତ୍ତର ଜୋନରେ ଥିବା ୬ ଟି ରେଞ୍ଜରେ ୧୨ ଗୋଟି ବିଟ ଅଞ୍ଚଳରେ ୯୩ ଟି ସ୍ଥାନରେ ନିଆଁ ଲାଗିଥିବାର ସୂଚନା ମିଳିଛି । ଚଳିତବର୍ଷ ଉଚ୍ଚ ତାପମାତ୍ରା ସହ ଶୁଖିଲା ପାଗ କାରଣରୁ ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଇଛି ।
ଶିମିଳିପାଳ ଅଂଚଳରେ ନିଆଁଲିଭା କାର୍ୟ୍ୟରେ ମୋଟ ୧୧୭୫ଜଣ ନିୟୋଜିତ ହୋଇଛନ୍ତି ଓ ସେମାନଙ୍କୁ ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ‘ଅଗ୍ନି ଋତୁ’ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ଅଂଚଳରେ ୨.୧୪କୋଟି ଟଙ୍କା ଦିଆଯାଇଛି।
ସେହିପରି ନିଆଁ ଲିଭାଇବା ପାଇଁ ମୋଟ ୨.୨୮ କୋଟି ଟଭ୍କା ଦିଆଯାଇଥିବା ବେଳେ ୭ ଜଣ ସହ ବନ ସଂରକ୍ଷଣଙ୍କୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।