ନବରଙ୍ଗପୁର (ଏଟିଆର ବ୍ୟୁରୋ ) ; ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ ନିୟମ ଅନୁଯାୟୀ ବନବାସୀ ମାନଙ୍କୁ ସେମାନଙ୍କର ଜଙ୍ଗଲ ଜମି ପଟ୍ଟା ଦିଆଯିବା ନେଇ ଦାବି ଜୋର ଧରିଛି । ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ଲାଗୁ ହେବାର ୧୦ ବର୍ଷ ପୂରଣ ହୋଇସାରିଥିଲେ ହେଁ ସେମାନଙ୍କର ଅଧିକାର ଏଯାଏଁ ସେମାନେ ପାଇପାରୁନାହାନ୍ତି । ଏନେଇ ଆଜି ଓଡିଶା କୃଷକ ସଭା ନବରଙ୍ଗପୁର ସାଙ୍ଗଠନିକ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ କିଛି ଆଦିବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ମିଳିଥିବା ବେଳେ ବନ ବିଭାଗର ଚତୁରତା କାରଣରୁ ଦଖଲ ଚାଷ ଜମିର ପରିମାଣ ଠାରୁ ବହୁତ କମ ରହିଅଛି ।
ସେପଟେ ଯେଉଁ ପାରମ୍ପରିକ ବନବାସୀ ୨୦୦୫ , ୧୩ ଡିସେମ୍ବର ପୂର୍ବରୁ ଜଙ୍ଗଲ ଜମିକାଟି ଚାଷ କରିଆସୁଛନ୍ତି ତଥା ଗ୍ରାମର ସ୍ଥାୟୀ ବାସିନ୍ଦା ଭାବେ ପୂର୍ବ ପୁରୁଷ କାଳରୁ ୧୦୦ ପୂର୍ବରୁ ରହିଆସୁଛନ୍ତି ସେମାନଙ୍କୁ ଦଖଲ ଜଙ୍ଗଲର ପଟ୍ଟା ପ୍ରଦାନ କରାଯାଉ । ସେମାନଙ୍କୁ ପଲ୍ଲୀସଭା ଓ ଜଙ୍ଗଲ ଅଧିକାର କମିଟି ଦ୍ୱାରା ତଦନ୍ତ କରାଯାଇ ପଟ୍ଟା ପ୍ରଦାନ କରାଯିବା ନେଇ ରାଜ୍ୟପାଳଙ୍କ ପାଖରେ ଦାବି କରିଛି କମିଟି । ତେବେ ୨୦୦୫ ମସିହା ଡିସେମ୍ବର ୧୩ ପୂର୍ବରୁ ଯେଉଁମାନେ ଜଙ୍ଗଲ କାଟି ଚାଷ କରୁଥିଲେ ସେମାନଙ୍କୁ ତଦନ୍ତ ଭୁକ୍ତ କରାଯାଇ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରାଯିବା ନେଇ ମୁଖ୍ୟତଃ ଦାବି ହୋଇଛି ।