ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ବନ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା ।ଶିମିଳିପାଳ ଓଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ପରେ ବନ ବିଭାଗ କର୍ମଚାରୀ ଏଭଳି ପଦକ୍ଷେପ ନେଇଛନ୍ତି । ।ଜଙ୍ଗଲ ନିଆଁ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଅତି ଜରୁରୀ ପଡିଲେ ପିସିସିଏଫଙ୍କୁ ଛୁଟି ଆବେଦନ କରି ଛୁଟି ନେଇ ପାରିବେ ବୋଲି କୁହାଯାଇଛି ।
ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ନେଇ ଓଡିଶାକୁ ଆସିବ କେନ୍ଦ୍ରୀୟ ଟିମ୍ । ଏନେଇ ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଜଡେକର ।ରାଜ୍ୟର ବିଭିନ୍ନ ସ୍ଥାନରେ ହୁତୁ ହୁତୁ ହୋଇ ଜଙ୍ଗଲ ଜଳୁଥିବା ବେଳେ ଏଯାବତ୍ ନିଆଁ ଆୟତ୍ତ ହୋଇପାରିନି ।
ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାର୍ଯ୍ୟ କରିବ ଟିମ୍ ।ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ । ଏହି ଜଙ୍ଗଲ ନିଆଁକୁ ନେଇ ବିଭିନ୍ନ ଜିଲ୍ଲାର ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । କେମିତି ନିଆଁକୁ ଆୟତ୍ତ କରାଯିବ ତାହା ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି ।