ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ ମୃତ୍ୟୁ କରୋନା କାରଣରୁ ହୋଇଛି । ଗତକାଲି ରଣଜିତଙ୍କ କରୋନା ପରୀକ୍ଷା କରାଯାଇଥିବାବେଳେ ତାଙ୍କର ରିାପାର୍ଟ ପଜିଟିଭ ଆସିଥିଲା ।ଆଜି ସକାଳ ୪ଟା ୩୦ ରେ ତାଙ୍କର ବିୟୋଗ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ୬୮ ବର୍ଷ ବୟସ ହୋଇଥିଲା ।
୧୯୭୪ ବ୍ୟାଚର ବିହାର କ୍ୟାଡର ‘ଆଇପିଏସ’ ଅଧିକାରୀ ସିହ୍ନା ୨୦୧୨ ରୁ ୨୦୧୪ ପର୍ଯ୍ୟ ‘ସିବିଆଇ’ ନିର୍ଦ୍ଦେଶକ ଥିଲେ । ସିବିଆଇର ମୁଖ୍ୟ ହେବା ପୂର୍ବରୁ ସେ ପାଟନା ଓ ଦିଲ୍ଲୀରେ ସିବିଆଇର ମୁଖ୍ୟ ପଦବୀରେ ରହିଥିଲେ । ଏବଂ ପୂର୍ବରୁ ଯେ ରେଳବାଇ ସୁରକ୍ଷା ବଳର ମୁଖ୍ୟ ଥିଲେ ।
ରଣବୀରଙ୍କ ଜୀବନ କାଳ ମଧ୍ୟରେ ସେ ସିବିଆଇ ନିର୍ଦ୍ଦେଶକ,ଆଇଟିବିପି ଡିଜିସହ ଅନେକ ପଦ ପଦବୀରେ ରହିଆସିଛନ୍ତି । ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ସିବିଆଣ ନିର୍ଦ୍ଦେଶକ ପଦବୀରେ ଥିବା ସମୟରେ କୋଇଲା ଆଣ୍ଟନ ଘଟଣାରେ ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ ।