ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ଆଜି ହେଉଛି ଜନ୍ମଦିନ । ୧୯୨୪ ମସିହା ଡିସେମ୍ବର ମାସ ୨୫ ତାରିଖରେ ବାଜପେୟୀ ଗ୍ୱାଲିୟରରେ ଜନ୍ମଗହଣ କରିଥିଲେ । ୧୯୯୬ ମସିହାରେ ବାଜପେୟୀ ପ୍ରଥମଥର ପାଇଁ ଭାରତରେ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ଏଠାରେ ତାଙ୍କ କାର୍ଯ୍ୟକାଳ ୧୩ ମାସ ରହିଥିଲା ।
୧୯୯୯ ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ଓ ୨୦୦୪ ମସିହାରେ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ରାଜନେତା ପୁର୍ବରୁ ସେ ଜଣେ ସାମ୍ବାଦିକ ଥିଲେ । ଦେଶ ଓ ସମାଜର ବିକାଶ ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ ।
ତାଙ୍କ ଜନ୍ମ ଦିନରେ ଅନେକ ମହାନ ବ୍ୟକ୍ତିମାନେତାଙ୍କୁ ମନେପକାଇ ଶୁଭେଚ୍ଛା ଜଣାଇଛନ୍ତି । ଭାରତରେ ରାଜନୈତିକ ଇତିହାସରେ ଅଟଳ ବିହାର ବାଜପେୟୀଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ଶିଖର ପୁରୁଷ ଭାବେ ବେଶ ଜଣାଶୁଣା । ତାଙ୍କ ଭାଷଣରେ ସେ ସମସ୍ତଙ୍କୁ ବେଶ ମୁଗ୍ଧ କରିଦେଉଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଜପେୟୀଙ୍କ ଜନ୍ମଦିନକୁ ଉତ୍ତର ସରକାରୀ ଦିବସ ଭାବେ ପାଳନ କରୁଛନ୍ତି । ୯୬ ତମ ଜନ୍ମ ଦିନରେ ମୋଦି ବାଜପେୟୀଙ୍କ ଜୀବନକୁ ନେଇ ରଚିତ ଏକ ବହିର ଉନ୍ମୋଚନ କରିବେ । ଆଜି ସଂସଦରେ ସେଣ୍ଟାଲ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ବହିଟିକୁ ପ୍ରତିଷ୍ଠା କରିବେ ।