ସମ୍ବଲପୁର (ଏଟିଆର ବ୍ୟୁରୋ): ଲଘୁଚାପ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ହେବରେ ଲାଗିଛି । ଗତ ଦୁଇ ଦିନ ହେବ ମହାନଦୀର ଉପରମୁଣ୍ଡରେ ବର୍ଷା ହେବା ସହ ଛତିଶଗଡରେ ମଧ୍ୟ ବର୍ଷା ହୋଇଛି । ଯାହାଫଳରେ ଛତିଶଗଡର ବର୍ଷା ଜଳ ମହାନଦୀରେ ପ୍ରବେଶ କରୁଛି । ଯାହାଫଳରେ ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରରୁ ୯ଟି ଗେଟ ଖୋଲି ଦିଆଯାଇଛି ।
ପୂର୍ବରୁ ୫ଟି ଗେଟ ଖୋଲା ଯାଇଥିବା ବେଳେ ଆଜି ସକାଳେ ୪ ମୋଟ ୯ଟି ଗେଟ ଖୋଲା ଯାଉଛି । ଜଳ ଭଣ୍ତାର ଜଳ ସ୍ତର କ୍ଷମତା ୬୩୦ ରହିଥିବା ଵେଳେ ବର୍ତ୍ତମାନ ୬୨୯.୦୮ ଘନ ଫୁଟ ରହିଛି । ସେକେଣ୍ତ ପ୍ରତି ୧ ଲକ୍ଷ ୭୦ ହଜାର ୨୫୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ମୋଟ ୯ ଟି ଗେଟ ଯୋଗେ ୧ ଲକ୍ଷ ୫୦ ହଜାରୁ ଉଦ୍ଧ କ୍ୟୁସେକ ଜଳନିଷ୍କାସିତ ହେଉଛି ବୋଲି କହିଛନ୍ତି ଡ୍ୟାମ କର୍ତ୍ତୁପକ୍ଷ ।
ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ
Tags #AtrNews #Odisha