ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ କରୋନା ଟିକା କୁ ନେଇ ସାରା ବିଶ୍ୱରେ ଏବେ ବେଶ ତତ୍ପରତା ପ୍ରକାଶ ପାଇଛି । କେବେ ମିଳିବ କରୋନା ଟିକା ,ଏବଂ କେତେ ଫଳପ୍ରଦ ରହିବ ତାକୁ ନେଇ ରାଷ୍ଟ୍ରମୁଖ୍ୟମାନେ ଏବେ ବିଚାର କରିବାରେ ଲାଗିଛନ୍ତି ।
ଦେଶରେ କରୋନା ଟିକା ଖୁବ ଶୀଘ୍ର ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଏଥି ମଧ୍ୟ ରୁ ୫ ଟି ରାଜ୍ୟ ସରକାର ଲୋକଙ୍କୁ ମାଗଣାରେ ଟିକା ଦେବେ ବୋଲି ଘୋଷଣା କରିଛନ୍ତି । ହେଲେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର ତାଙ୍କ ଠାରୁ ଟଙ୍କା ଆଦାୟ କରିବେ ।ଯଦି ଟଙ୍କା ଆଦାୟ କରିବେ ତେବେ ପ୍ରତି ଡୋଜ ପାଇଁ କେତେ ଟଙ୍କା ଦେବାକୁ ପଡିବ ।
ଏବଂ କରୋନା ଟିକା ନେବା ପାଇଁ ଗୋଟେ ପରିବାରକୁ କେତେ ଟଙ୍କା ଦେବାକୁ ପଡିବ । ଏବଂ ଯଦି ଟିକା ମହଙ୍ଗା ହୁଏ ତେବେ ଗୋଟେ ଲୋକ ତା ପରିବାର ପାଇଁ ଟିକା କିଣି ପାରିବ ତ? ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକମାନଙ୍କ ମନରେ ଉକ୍ତି ମାରୁଛି ।
ବିହାରର ମୁ୍ଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନସଭା ନିର୍ବାଚନ ପୂର୍ବରୁ ଏନେଇ ଘୋଷଣା କରିଛନ୍ତି । ସେହିପରି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାରରେ ରାଜ୍ୟରେ ଲୋକଙ୍କୁ ମାଗଣା ଟିକା ଦେବା ପାଇଁ ଘୋଷଣା କରିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ.ପାଲାନିସାମିଙ୍କ ସରକାର ଘୋଷଣା କରିଛନ୍ତି ।
ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏବେ କରୋନା ଟିକା ଦିଆଯିବା ନେଇ ଅନ୍ୟ ରାଜ୍ୟଗୁଡିକର ସରକାର କିଭଳି ପଦକ୍ଷେପ ନେବେ ବୋଲି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।