ଅନୁଗୁଳ (ଏଟିଆର ବ୍ୟୁରୋ); ପ୍ରେମରେ ବାଧକ ସାଜିଲା ସାମାଜିକ ସ୍ୱୀକୃତି । ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଇଥିଲେ ପ୍ରେମୀ ଯୁଗଳ । ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋଠଭୂଇଁ ପଞ୍ଚାୟତର କମୁରୀ ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ପ୍ରେମୀ ଯୁଗଳ ହେଲେ ଡଲାସିଂହା ଗ୍ରାମର ମଧୁ ସାହୁ(୩୦) ଏବଂ କୋଠଭୂଇଁ ଗ୍ରାମର ଶାନ୍ତିଲତା ପ୍ରଧାନ(୨୭) । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଆଜି ସକାଳେ କୋଠଭୂଇଁ ଗ୍ରାମର ଲୋକମାନେ ଆମ୍ବ ବଗିଚାକୁ ଯାଇଥିବା ବେଳେ ଉଭୟଭ୍କ ଝୁଲନ୍ତା ମୃତ ଦେହକୁ ଦେଖିଥିଲେ । ଏହାପରେ ଜଣକ ପରେ ଆସି ଗଦା ହୋଇଯାଇଥିଲେ । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ।
ପୁରା ଘଟଣା ଥିଲା ଏମିତି,ମଧୁ ଏବଂ ଶାନ୍ତି ଉଭୟ ବିବାହିତ । ଅନ୍ୟ ଜାଗାରେ ବାହା ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ଘର ଛାଡି ୬ମାସ ହେବ ବାହାରେ ରହୁଥିଲେ । ପୁନଃ ବିବାହ କରି ନୂଆ ସଂସାର ଗଢ଼ିବା ପାଇଁ ଯାଉଥିଲେ । ତେବେ ଗାଁକୁ ଫେରିବା ପରେ ସେମାନଙ୍କୁ ସ୍ୱୀକୃତି ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟାର ବାଟ ଆପଣେଇଥିଲେ ପ୍ରେମୀ ଯୁଗଳ ।