ରାଉରକେଲା ( ଏଟିଆର ବ୍ୟରୋ): ସଂପର୍କ ଦେଖିଲାନି ଭାଇ । ଖାସି ମାଂସ ପାଇଁ ଭାଇ ନେଲା ଭାଇ ଜୀବନ । କଟୁରୀ ରେ ଦେଲା ଚୋଟ । ଏମତି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବନ୍ଧମୁଣ୍ଡାରେ । ସମାନ୍ୟ ଖାସି ମାଂସକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହେବାରୁ ବଡ ଭାଇ ସାନ ଭାଇକୁ କଟୁରୀରେ ହାଣି କଲା ହତ୍ୟା । ସୂଚନା ଅନୁସାରେ ବନ୍ଧମୁଣ୍ଡା ବରକାନିରେ ଏହି ଘଟଣା ଘଟିଛି । ଗତକାଲି ସଂନ୍ଧ୍ୟାରେ ଗାଁରେ ଖାସି କଟା ହେଉଥିଲା ।
ସେଠାରେ ସପୃକ୍ତ ଦୁଇ ଭାଇ ସାନଭାଇ ସୋମା ଏକ୍କା ଓ ବଡଭାଇ କୋକା ଏକ୍କା ଉପସ୍ଥିତ ଥିଲେ । ସେଠାରେ ମାଂସକୁ ନେଇ ପ୍ରଥମେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । କଥା କଟାକଟି ହୋଇଥିଲେ ଦୁଇ ଭାଇ ପରେ ବଡ ଭାଇ ଅଧିକ ଉତକ୍ଷିପକ୍ତ ହୋଇ କୋକା ଏକ୍କାଙ୍କ ବେକକୁ କଟୁରିରେ ଏକ ଚୋଟ ପକାଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ହିଁ ସାନ ଭାଇ କୋକା ଏକ୍କ୍ାଙ୍କ ମୃତ୍ୟୁ ହୋଇଥିଲା । ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସବ ତଦନ୍ତ ଆରମ୍ଭ କରିଥିଲା । ବଡ ଭାଇ ଗତକାଲି ଘଟଣା ସ୍ଥଳରୁ କୁଆଡେ ଫେରାର ହୋଇଯାଇଥିବା ବେଳେ ଆଜି ସେ ଆତ୍ମସମର୍ପଣ କରିବା ପରେ ପୁଲିସ ତାକୁ ଗିରଫ କରିଛି ।