ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନୂଆ ନୂଆ ଯୋଜନା କରି କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କାଳିଆ ହେଉ ବା ‘ପିଠା’ । ତେବେ ପୁଣି ରାଜ୍ୟ ବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଥିବା ଦେଖିବାକୁ ମିଳିଛି । ଖାଦ୍ୟ ସୁରକ୍ଷା ହିତାଧିକାରଙ୍କୁ ମାଗଣାରେ ମିଳିବ ଏଲଇଡି ବଲବ । ରାଜ୍ୟର ୯୫ ଲକ୍ଷ ହିତାଧିକାରୀଙ୍କୁ ଏଲଇଡି ବଲବ ମିଳିବ । ଆସନ୍ତା ୧୫ ତାରିଖ ଓ ଫେବୁଆରୀ ୧୫ରେ ଏହି ଏଲଇଡି ବଲବ ବଂଟାଯିବ । ଆଜି ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିଠା କାର୍ୟ୍ୟକ୍ରମରେ ହିତାଧିକାରୀଙ୍କୁ ବଲବ ବଣ୍ଟାଯିବ ।
ସେପଟେ ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ପ୍ରତିକ୍ରିଆରେ ବିଜେପି ଏବଂ କଂଗ୍ରେସ ସରକାରଙ୍କୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି । ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟ ବ୍ୟାଙ୍କ ହାତେଇବା ପାଇଁ ସରକାର ଗୋଟିଏ ପରେ ଯୋଜନା ଘୋଷଣା କରୁଛନ୍ତି । କିନ୍ତୁ ଏହାର କୈାଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେପି କହିଛି ।