ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଚନ୍ଦନ ଖୁଣ୍ଟିଆଙ୍କ ଜନ୍ମ ଜୟନ୍ତୀରେ ଆଜି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଧୀନତା ସଂଗ୍ରାମୀ ଚାଖୀ ଖୁଣ୍ଟିଆ ୧୮୨୭ ମସିହାରେ ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସବୁଠାରୁ ବଡକଥା ହେଲା ସେ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀବାଇ ରାଣୀଙ୍କ ସହିତ ସିପାହୀ ବିଦ୍ରୋହରେ ଯୋଗ ଦେଇତିଲେ । ମାଟି କୁସ୍ତିରେ ସେ ବହୁତ ପାରଙ୍ଗମ ରହିଥିଲେ । ସେ ଇଂରେଜ ବିରୋଧରେ ସାପାହୀ ମାନଙ୍କୁ ତାଲିମ ଦେବା ସହିତ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ପ୍ରତ୍ସୋହିତ କରିଥିଲେ ।
ସେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସେବକ ରହିଥିଲେ । ତେବେ ଆଜି ତାଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ଚନ୍ଦନ ହଜୁରୀ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଝାଁସୀରାଣୀ ଲକ୍ଷ୍ମୀବାଇଙ୍କ ସହଯୋଗୀ ଭାବେ ୧୮୫୭ ମସିହା ‘ସିପାହୀ ବିଦ୍ରୋହ’ରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦେଶପ୍ରେମ ଓ ବଳିଦାନ ଆମକୁ ସର୍ବଦା ଅନୁପ୍ରାଣିତ କରିବ ବୋଲି ଲେଖିଛନ୍ତି ।