ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ବିଭିନ୍ନ ଦାବିରେ ସର୍ବ ଭାରତୀୟ ଏମପ୍ଲଇଜ ଫେଡେରେସନ ଧର୍ମଘଟ ଡାକରା ଦେଇଛି । ଆସନ୍ତା କାଲି ଓ ଫେବୃଆରି ୧ ତାରିଖ ଧର୍ମଘଟ ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଆଜି ଶ୍ରୀପଞ୍ଚମୀ ଯୋଗୁ ବ୍ୟାଙ୍କ ବନ୍ଦ ରହିବ । ଫେବୃଆରୀ ୨ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଫଳରେ ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ ରହିବ ।
ସୂଚନା ଯୋଗ୍ୟ ନଭେମ୍ବର ୨୦୧୭ ଠାରୁ ୱେଜ ସେଟଲମେଣ୍ଟ, ଫ୍ୟାମିଲି ପେନସନ ଅପଡେଟ, ସମାନ କାମକୁ ସମାନ ଦରମା , ପେନସନ ଅପଡେଟ ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ, ଭଳି ୮ ସଫା ଦାବିରେ ସର୍ବ ଭାରତୀୟ ବ୍ୟାଙ୍କ ଏମ୍ଲଇଜ ଫେଡେରେସନ ସର୍ବ ଭାରତୀୟ ସ୍ତରରେ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି । ବ୍ୟାଙ୍କ ବନ୍ଦ ଦ୍ୱାରା ଗ୍ରାହାକ ମାନେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି ।