ଭୁବନେଶ୍ୱର(ଏଟିଆର ବ୍ୟୂରୋ):ଆସନ୍ତା କାଲିଠାରୁ ବୟସ୍କ ବ୍ୟକ୍ତିଙ୍କୁ ହେବ ଟିକାକରଣ । ୬୦ ବର୍ଷରୁ ଅଧିକ ବୟସର ଲୋକ ପରିଚୟପତ୍ର ଦେଖାଇ ଟିକା ନେବେ । ୪୫ ବର୍ଷରୁ ଅଧିକ ବା ୫୯ ବର୍ଷ ବୟସରୁ କମ୍ ବୟସର ଲୋକମାନେ ବହୁବିଧ ରୋଗରେ ପୀଡିତ ଥିବା ରୋଗୀ ସେମାନେ ଏହି ଟିକା ନେଇ ପାରିବେ ।
କେଉଁସବୁ ପ୍ରାଇଭେଟ ହସ୍ପିଟାଲରେ ଟିକାକରଣ ହେବ ଏହାର ତାଲିକା ପ୍ରକାଶ ପାଇଛି । ସରକାରୀ ହସ୍ପିଟାଲରେ ଏହି ଟିକାକରଣ ମାଗଣାରେ ଟିକା ମିଳୁଥିବା ବେଳେ ପ୍ରାଇଭେଟ ହସ୍ପିଟାଲରେ ପ୍ରତି ଡୋଜକୁ ୨୫୦ ଟଙ୍କା ଦେବାକୁ ପଡିବ ।
ଗୋଟିଏ ସେସନରେ ଅତି କମରେ ୧୦୦ ଜଣଙ୍କୁ ଟିକା ଦିଆଯିବ । ପ୍ରତି ଟିକାକରଣ କେନ୍ଦ୍ରରେ ଲୋକ ସଂଖ୍ୟା ଦେଖି ୨ ଜଣ ଭ୍ୟାକ୍ସିନେଟର ଓ ୨ ଜଣ ଭେରିଫାୟର ରହିବେ ।
ଘରୋଇ ହସ୍ପିଟାଲରେ ଟିକା ନେବାକୁ କୋୱିନ ୨.୦ରେ ପଂଜୀକରଣ କରାଯାଇପାରିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।