ଗଜପତି ( ଏଟିଆର ବ୍ୟୁରୋ): ଆଜି ଗଜପତି ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ମେଡିକାଲ କଲେଜରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ ।
ଶ୍ରୀ ରାଇକା ଗଜପତି ଜିଲ୍ଲା କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟରର ପରିଚାଳନା ଦାୟିତ୍ୱରେ ଥିଲେ । ତେବେ ତାଙ୍କର ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ତେବେ ତାଙ୍କର କରୋନା ନମୂନା ପରୀକ୍ଷଣ ପାଇଁ ପଠାଯାଇଛି । ମାତ୍ର ରିପୋର୍ଟ ଏଯାବତ ଆସିନାହିଁ । ତାଙ୍କର କରୋନା ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରେ ।