ଇଲାଙ୍ଗୀର (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ମିଶ୍ର । ୯୪ ବର୍ଷ ବୟସରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ଏବେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି ।
୧୯୨୮ ରେ ବଲାଙ୍ଗୀର ରାକ୍ସିମୁଣ୍ଡାରେ ଜନ୍ମ ଗ୍ରହଣ କରିଥିଲେ ନିତ୍ୟାନନ୍ଦ । ଯୁବାବସ୍ଥାରୁ କଂଗ୍ରେସ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଆଦିବାସୀ, ହରିଜନଙ୍କ ହକ୍ ପାଇଁ ଲଢ଼େଇ କରିବା ସହ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ କାର୍ୟ୍ୟ କରିଥିଲେ ।