କଟକ(ଏଟିଆର ବ୍ୟୁରୋ):ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁର୍ଷ୍କମ ମାମଲାର ଅଭିଯୁକ୍ତ ଗିରଫ ହୋଇଛି । ଦୀର୍ଘ ୨୨ ବର୍ଷ ପରେ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହୋଇଛି । ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଗିରଫ କରାଯାଇଥିବା ନେଇ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।
୧୯୯୯ ମସିହା ଜାନୁଆରୀ ୬ ତାରିଖରେ ଭୁବନେଶ୍ୱର ବାରଙ୍ଗ ରାସ୍ତାରେ ଅଞ୍ଜନା ମିଶ୍ର ଗଣଦୁଷ୍କମର ଶିକାର ହୋଇଥିଲେ । ପୁର୍ବରୁ ଏହି ମାମଲାରେ କୋର୍ଟ ୨ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବିବନ ଘଟଣାସ୍ଥଳରୁ ଫେରାର ହୋଇଥିଲା ।
ବିବନ ଧରାପଡିବାର ପୋଲିସ ପାଇଁ ଏକ ବଡ ସଫଳତା ହୋଇପାରିଛି । ଯେଉଁ କାର୍ଯ୍ୟ ସିବିଆଇ କରିପାରି ନଥିଲା ତାହା ପୋଲିସ କମିଶନରେଟ କରିପାରିଛି ବୋଲି କମିଶନର ପ୍ରକାଶ କରିଛନ୍ତି ।ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ହାତ ଥିବା ଅଭିଯୋଗ ମଧ୍ୟ ହୋଇଥିଲା ।