ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ଏହି ଶାନ୍ତି କେନ୍ଦ୍ର ଦିନ ୧୧ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ସୂଚନାଯୋଗ୍ୟ ୨୦୧୩ ମସିହାରେ ଏଠାରେ ଏକ ବାଖ୍ୟାନ କେନ୍ଦ୍ର ଖୋଲା ଯାଇଥିଲା । ଯାହାକି ପରବର୍ତ୍ତି ସମୟରେ ପରିତ୍ୟକ୍ତ ଅବସ୍ଥାରେ ପଡି ହୋଇରହିଥିଲା । ଏଠାରେ ଏକ ଗାନ୍ଧୀ ଶାନ୍ତି କେନ୍ଦ୍ର ଖୋଲିବା ପାଇଁ ତତକାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଦିତ୍ୟ ବିର୍ଲା ଫାଉଣ୍ଡେସନ ସହ ଆଲୋଚନା କରିଥିଲେ ।
୨୦୧୭ ମସିହାରେ ଏନେଇ ପର୍ଯ୍ୟଟନ ବିଭାଗ ଓ ଆଦିତ୍ୟ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା । ରାଜ୍ୟ ସରକାର ଓ ଆଦିତ୍ୟ ବିର୍ଲା ଫାଉଣ୍ଡେସନଙ୍କ ମିଳିତ ପ୍ରୟାସରେ ପାଖାପାଖି ୫ ଏକର ଜାଗାରେ ଏହି ସଂଗ୍ରାହଳୟ ନିର୍ମିତ କରାଯାଇଛି । ଏଠାରେ ଅଂହିସା ଗ୍ୟାଲେରୀ, ମୋହନଦାଶରୁ ମହାତ୍ମା, ମହାତ୍ମାରୁ ବାପୁ, ଏକବିଂଶ ଶତାଦ୍ଦୀ ଭଳି ବହୁ ଗ୍ୟାଲେରି ରହିଛି । ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଯିବାକୁ କୌଣସି ପ୍ରବେଶ ଫି ରଖାଯାଇନାହିଁ ।