ପୁରୀ (ଏଟିଆର ବ୍ୟୁରୋ): ଧରା ପଡିଲେ ନକଲି ପରୀକ୍ଷାର୍ଥୀ । ପୁରୀରୁ ଧରା ପଡିଛନ୍ତି ନକଲି ପରୀକ୍ଷାର୍ଥୀ । ସାନ ଭାଇ ବଦଳରେ ବଡ ଭାଇ ଦେଉଥିଲେ ପରୀକ୍ଷା । ଯାଞ୍ଚ ବେଳେ ଧରା ପଡିଲେ । ନକଲି ପରୀକ୍ଷାର୍ଥୀ ଜଣଙ୍କ ଅଟକ ରହିଥିବା ସୂଚନା ମିଳିଛି । ରାଜ୍ୟ ସରକାର ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ସିସିଟିଭି ସମେତ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଥିବା ବେଳେ ଏପଟେ ସାନ ଭାଇ ବଦଳରେ ବଡ ଭାଇ ଦେଉଛି ମାଟ୍ରିକ ପରୀକ୍ଷା । ପୁରୀ ସଦର ବାସୁଦେବ ପୁର କନକ ଦୂର୍ଗା ହାଇସ୍କୁଲରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ରହିଥିଲା । ପ୍ରଥମ ଦିନ ସାହିତ୍ୟ ପରୀକ୍ଷା ସାନ ଭାଇ ଦେଇଥିଲା ।
ମାତ୍ର ଆଜି ଇଂରାଜୀ ପରୀକ୍ଷା ରହିଥିବାରୁ ସାନ ଭାଇ ବଦଳରେ ବଡଭାଇ ଆସିଥିଲା ପରୀକ୍ଷା କେନ୍ଦ୍ରକୁ । ଆଜି ପରୀକ୍ଷା କେନ୍ଦ୍ରକୁ ପସିବା ବେଳେ ସାନ ଭାଇ ବାହାରେ ରହିଥିବା ବେଳେ ବଡ ଭାଇ ପରୀକ୍ଷା ହଲ ମଧ୍ୟକୁ ପ୍ରବେଶ କରିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବଡଭାଇ ଜଣଙ୍କ ପୋଷ୍ଟାଲରେ ଚାକିରି କରିଛି । ଗତ ୨୧ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଆଜି ପରୀକ୍ଷାର ଦ୍ୱିତୀୟ ଦିନ ରହିଥିଲା । ଆଜି ଇଂରାଜୀ ପରୀକ୍ଷା ରହିଥିଲା ।