ସୁନ୍ଦରଗଡ ( ଏଟିଆର ବ୍ୟୁରୋ): ଯୁକ୍ତ ୩ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ । କଲେଜ ଛାଡିଦେବା ବାହାନାରେ ସାଙ୍ଗ କଲେ ଦୁଷ୍କର୍ମ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ପୁଟୁଡିହି ଜଙ୍ଗଲରେ ।ଏନେଇ ଗତକାଲି ଛାତ୍ରୀ ଜଣଙ୍କ ସୁନ୍ଦରଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀ । ଗତ ଜୁନ୍ ୨୬ତାରିଖରେ କଲେଜ ଯିବା ପାଇଁ ଛାତ୍ରୀ ଜଣକ ରାସ୍ତାରେ ଛିଡ଼ା ହୋଇଥିବା ବେଳେ କଲେଜ ଛାଡିଦେବା ବାହାନାରେ ୪ ସହପାଠୀ କରିଥିଲେ ଦୁଷ୍କର୍ମ କରିଥିଲେ ।
ସୂଚନା ଅନୁସାରେ ଗତ ମାସ ଜୁନ ୨୬ ତାରିଖରେ କଲେଜ ଯିବା ପାଇଁ ରାସ୍ତାରେ ଠିଆ ହୋଇଥିବା ବେଳେ ତାଙ୍କ ସହିତ ପଢୁଥିବା ଜଣେ ସହପାଠୀ ତାଙ୍କୁ ତାଙ୍କ ସହିତ ବାଇକରେ କଲେଜ ଯିବାକୁ କହିଥିଲେ । ଛାତ୍ରୀ ଜଣଙ୍କ ତାଙ୍କ ସହିତ ଯାଇଥିଲେ । ମାତ୍ର କଲେଜ ଯିବା ବାଟରେ କିଞ୍ଜିରକେଲା ଥାନା ପୁଟୁଡିହି ଜଙ୍ଗଲରେ ଜଣେ ସହପାଠୀ ତାକୁ ଜଙ୍ଗଲ ମଧ୍ୟକୁ ଟେକି ନେଇ ଦୁଷ୍କର୍ମ କରିଥିଲେ।
ଏହାସହ ଆଉ ତିନି ଜଣ ସହପାଠୀ ସେଠାରେ ପହଞ୍ଚି ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ। ସମାଜ ଓ ଲୋକଲଜ୍ଜାକୁ ଡରି ଛାତ୍ରୀ ଜଣଙ୍କ ଏହି ବିଷୟରେ କାହାକୁ ଜଣାଇ ନଥିଲେ । କି ସେବେ ଠାରୁ ଆଉ କଲେଜ ଯାଉ ନଥିଲେ । ଘରେ ସବୁବେଳେ ଚୁପଚାପ ରହୁଥିଲେ । ପରିବାର ଲୋକଙ୍କ ସନ୍ଦେହ ହେବାରୁ ପରିବାର ଲୋକେ ତାକୁ ପଚରାଉଚରା କରିବା ପରେ ସେ ସମସ୍ତ କଥା କହିଥିଲା। ଆଜି ଏନେଇ ସୁନ୍ଦରଗଡ଼ ଥାନାରେ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କଲା ପରେ ପୁଲିସ ୪ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ।