ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏବେ ଆକ୍ସନ ମୁଡକୁ ଆସିଲା କ୍ୟୁଏଟି । ଢ଼େରଦିନ ହେବ ଲୁଚାଣିଆ ଚାଲିଥିବା ଏକ ଗଂଜେଇ ର୍ୟାକେଟକୁ ଠାବ କରାଯାଇଛି । ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଖରୁ ୩୦କେଜି ଗଂଜେଇ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଧରାପଡିଥିବା ଅଭଭିଯୁକ୍ତମାନେ ହେଲେ ସେକ ମୁଜିବୁର, ସେକ କାରି, ମହମ୍ମଦ ମୋତିବୁର ଓ ରଂଜନ ବେହେରା । ଏମାନଙ୍କ ପାଖରୁ ଏକ କାର ଜବତ ହୋଇଥିବା ନେଇ ସୂଚନା ମିଳିଛି ।
ରିପୋର୍ଟ ମୁତାବକ, ଖାରବେଳନଗର ମସଜିଦ୍ କଲୋନୀ, ୬ନମ୍ବର, ଶିଖରଚଣ୍ଡି ଆଦି ଅଞ୍ଚଳରେ ଚୋରା ଗଂଜେଇ କାରବାର ଚାଲୁଥିବା ନେଇ କ୍ୟୁଏଟିକୁ ସୁରାକ ମିଳିଥିଲା । ତେବେ ବିଳମ୍ବ ନକରି କ୍ୟୁଏଟି ଟିମ୍ ପୂରା ଘଟଣା ଉପରେ ନଜର ରଖିଥିଲା । ଗତକାଲି ବିଳମ୍ବିତ ରାତିରେ ହିଁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିଲା । ଅଚାନକ ଚଢ଼ାଉରେ ମସଜିଦ୍ କଲୋନୀରୁ ୨ଜଣ ଶିଖରଚଣ୍ଡିରୁ ଜଣଙ୍କ ସମେତ ୬ନମ୍ବରରୁ ଆଉ ଏକ ଅଭିଯୁକ୍ତ ଧରାପଡିଛି । ଏମାନଙ୍କୁ ଅଟକ ରଖି ଏବେ କ୍ୟୁଏଟି ପଚରାଉଚରା କରୁଛି । କେତେଦିନ ହେଲା ଓ କେଉଁଠୁ ଏସବୁ ଗଂଜେଇ ଆସୁଛି ତାହାର ରୁଟ ଖୋଜୁଛି ପୁଲିସ । ଆଶା କରାଯାଉଛି ଏମାନଙ୍କ ଜରିଆରେ ଏକ ବଡ ର୍ୟାକେଟର ପର୍ଦ୍ଦାଫାସ ହେବ ।