କନ୍ଧମାଳ (ଏଟିଆର ବ୍ୟୁରୋ): ଅବକାରୀ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲାର ବାଲିଗଡ଼ା ଅଞ୍ଚଳରେ ଲଗା ହୋଇଥିବା ୧୧କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରି ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ବାଟାଗୁଡା ପଞ୍ଚାୟତର ପାଲିଙ୍କିଆ ଓ ପୁସାଙ୍ଗିଅର ଅଞ୍ଚଳର ପାଖାପାଖି ୧୧୮ଏକର ଜମିରେ ଗଞ୍ଜେଇ ଗଛ ଲଗାଯାଇଥିଲା ।
ଯାହାର ଆନୁମାନିକ ମୂଲ୍ୟ ୧୧କୋଟି ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗତକାଲି ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଗଞ୍ଜେଇ ଗଛ ଗୁଡିକୁ ନଷ୍ଟ କରିଦିଆଯାଇଛି । ବାଲିଗୁଡାର ଏସଡିପିଓ ରଞ୍ଜନ କୁମାର ବାରିକ ଘଟଣାସ୍ଥଳରେ ଉପସ୍ଥିତ ରହି ଗଞ୍ଜେଇ ଗଛକୁ କାଟୁଥିବାର ଦେଖିବାକୁ ମିଳୁଛି ।