ବ୍ରହ୍ମପୁର(ଏଟିଆର ବ୍ୟୁରୋ): ଆଗକୁ ଆସୁଛି ରଜ ଉତ୍ସବ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ବର୍ତ୍ତମାନ କରୋନା ମହାମାରୀ ବ୍ୟାପୁଥିବାରୁ ସରକାରଙ୍କ ପକ୍ଷରୁ ରଜ ଉତ୍ସବରେ ଗହଳି ନକରିବା ପାଇଁ କୁହାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଏହି ସମୟରେ ଦୋଳି ଖେଳିବା , ସହୋତ୍ସବ କରିବା, ଭୋଜି ପରିବା ଉପରେ ରୋକ ଲଗାଯାଇଛି । ସେହିପରି ଦେକାନ ବଜାର ଖୋଲିବାକୁ ନେଇ କଟକଣା ଜାରି କରାଯାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତି ସକାଳ ୭ଟାରୁ ସଂନ୍ଧ୍ୟା ୭ ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶକ ଦୋକାନ ଖୋଲା ଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସେହିପରି ଅନ୍ୟ ଦୋକାନ ଗୁଡିକ ସକାଳ ୭ଟାରୁ ଅପରାହ୍ନଟ ୨ଟି ପର୍ଯ୍ୟନ୍ତ ଖୋଲି ଯିବ ବୋଲି ଜଣାପଡିଛି । ତେବେ ରଜକୁ ନଜରରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଏଭଲି ପଦକ୍ଷେପ ନିଆଯାଇଛି ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫୮ ଜଣ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଚିହ୍ଡ଼ଟ ହୋଇଛନ୍ତି । ବର୍ତ୍ତମାନ ଗଞ୍ଜାମ ଜିଲ୍ଳାରେ ୧୩୮ଟି ସକ୍ରିୟ କେସ ରହିଛି ।