ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଆଦାୟ କରାଯାଉଛି । ଅଭିଯାନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ଲକ୍ଷ ୧୦୦ଟଙ୍କା ଦାନ କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ତାଙ୍କ ପରିବାର ୫ ଲକ୍ଷ ୧୧ ହଜାର ୧୧୬ ଟଙ୍କା ଦାନ କରିଛନ୍ତି ।
ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ବିଜେପି ସାଂସଦ ଗୈାତମ ଗାମ୍ଭୀର ଏଥିରେ ସାମିଲ ହୋଇ ୧ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଗାମ୍ଭୀର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସନ୍ଥମାନଙ୍କୁ ଭେଟି ନିଜ ତରଫରୁ ସହଯୋଗ ରାଶି ପ୍ରଦାନ କରିଥିଲେ ।
ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପୁରା ହେବାପରେ ମନ୍ଦିର ନିର୍ମାଣ କାର୍ଯ୍ୟ ୩୬ ରୁ ୪୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରେ ।ରାୟବରେଲୀ ଜିଲ୍ଲା ତେଜଗାଁର ପୁର୍ବତନ ବିଧାୟକ ସୁରେନ୍ଦ୍ର ବହାଦୁର ସିଂହ ସବୁଠାରୁ ବଡ ଯୋଗଦାନ ଦେଇଛନ୍ତି । ସେ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କାର ଚେକ ଦେଇଛନ୍ତି ।