ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀର ଦ୍ୱିତୀୟ ଷ୍ଟେନକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି ।ରାଜ୍ୟରେ ଟିକାର ଅଭାବକୁ ନେଇ ପ୍ରଧାନମନମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାକୁ ଆଉ ୨୫ ଲକ୍ଷ ରୁ ଅଧିକ ଟିକା ଦେବା ପାଇଁ ଚିଠିୋ ଅନୁରୋଓ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରୀୟ କରୋନା ଟିକାକୁ ଅନୁମତି ପ୍ରାପ୍ତ କରୋନା ଟିକା ସାରା ଦେଶରେ ମିିଳୁ ।
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୪୭ ଲକ୍ଷ ଡୋଜ୍ କରୋନା ଭ୍ୟାକସିନ୍ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ କର୍ମୀ, ଆଗଧାଡ଼ିର କର୍ମୀ ଓ ୪୫ ବର୍ଷରୁ ଅଧକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଇଛି।ଦୈନିକ ୩ଲକ୍ଷ ଡୋଜ ଟିକା ଦେବାକୁ ଆବଶ୍ୟକ ହୋଉଛି ୨୫ ଲକ୍ଷ ଡୋଜ । ସର୍ବାଧିକ ସଂକ୍ରମଣ ହେଉଥିବା ଟିକାକୁ ପ୍ରଧାନ୍ୟ ଦିଆଯାଉ । ମେଟ୍ରୋପଲିଟାନକ ସହରଗୁଡିିକରେ ବୟସସୀମା କୋହଳ କରାଯାଉ ।
ଏହାସହିତ କରୋନା ଭ୍ୟାକସିନ୍ ସରକାରୀ ଯୋଗାଣ ବ୍ୟବସ୍ଥା ଛଡ଼ା ଖୋଲା ମାର୍କେଟ୍ ରେ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହାଦ୍ବାରା ଯେଉଁ ଲୋକମାନେ ଚାହିଁବେ ସିଧାସଳଖ ମାର୍କେଟରୁ ଟିକା କିଣି ନେଇପାରିବେ।ଏହା ସହ ରାଜ୍ୟ ଗୁଡିକ ଠିକ ସମୟରେ ଯଥେଷ୍ଟ ବରିମାଣର ଟିକା ଯୋଗାଇ ଦିଆଯାଉ ବୋଲି କହିଛନ୍ତି ।