ଅନୁଗୋଳ ( ଏଟିଆର ବ୍ୟୁରୋ): ଆଜିର ଏହି ଆଧୁନିକ ଯୁଗରେ ଭୂତ ପ୍ରେତ ଭଳି କଥା ଗୁଡିକୁ ଆମେ ସମସ୍ତେ ଅନ୍ଧ ବିଶ୍ୱାସ ବୋଲି ମାନି ନେଇଥାଉ । ହେଲେ ବେଳେ ବେଳେ ଏହି ସବୁକୁ ନେଇ ଏମିତି କିଛି ଘଟଣା ଦେଖିବାକୁ ମିଳେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଆତ୍ମା ପ୍ରେତାତ୍ମାକୁ ନେଇ ଏବେ ସେମିତି ଏକ ଘଟଣା ଅନୁଗୁଳରେ ସାମ୍ନାକୁ ଆସିଛି । ଜଣେ ମହିଳା ଅସ୍ୱାଭାବିକ ଭାବେ ଆଉ ଜଣେ ଯୁବକର ମରଣ କଥା କହୁଛନ୍ତି । ଏମିତି କି ଯୁବକ କେମିତି ମଲେ? ତାଙ୍କ ମରିବା ପଛରେ କାହାର ହାତ ଅଛି? ଏମିତି ଅନେକ କଥା ।
ଯାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୧୮ ତାରିଖରେ ନତଡ଼ା ଗାଁରେ ପଞ୍ଚାନନ କାନୁନଗୋଙ୍କ ମୃତ୍ୟୁ ହୋଇଥିଲା।କୂଅରେ ପଡ଼ି ସେ ପ୍ରାଣ ହରାଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ସମାନ କଥା ବାହାରିଥିଲା । ବର୍ତ୍ତମାନ କିନ୍ତୁ ଜଣେ ମହିଳା ପଞ୍ଚାନନଙ୍କ ମୃତ୍ୟୁର କଥା କହୁଛନ୍ତି । ମହିଳା ଜଣଙ୍କ ନିଜକୁ ପଞ୍ଚୁ ବୋଲି କହୁଛନ୍ତି । ମୋତେ ତିନି ଜଣ ମାରିଛନ୍ତି ।ଏମିତି କେତେ କଥା । ଯାହାକୁ ନେଇ ଏବେ ଗ୍ରାମରେ ଆତଙ୍କ ଦେଖା ଦେଇଛି । ଲୋକଙ୍କ କହିବା କଥା ମହିଳାଙ୍କ ଠାରେ ପଞ୍ଚୁ ପ୍ରେତାତ୍ମା ସବାର ହେଉଛି ।