ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପରିବା ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ଦର ଖସିବାର ନାଁ ଧରୁନି । ଆଳୁ, ପିଆଜଠୁ ନେଇ ସବୁଜ ପନିପରିବା ସମସ୍ତ ପରିବାର ଦର ବୃଦ୍ଧି ହୋଇଛି । ଯାହାଫଳରେ ଖାଉଟି କଲବଲ ହେଉଛନ୍ତି । ବିଶେଷ କରି ଶ୍ରାବଣ ମାସ ସାଙ୍ଗକୁ ନିରାମିଷ ଲୋକଙ୍କ ପାଇଁ ପରିବା ଦର ଅଧିକ ଚିନ୍ତା ବଢାଇଛି ।
ଭୁବନେଶ୍ୱରର ଅନେକ ହାଟରେ ପରିବା ଦର ଉଚ୍ଚ ରହିଛି । ଟମାଟ ୧୨୦ ଥିବା ବେଳେ କଞ୍ଚାଲଞ୍ଚା ୨୦୦ ଟଙ୍କା ରହିଛି । ଅନ୍ୟାନ୍ୟ ସବୁଜ ପରିବା ମଧ୍ୟ ୭୦, ୮୦ ରୁ ୧୦୦ ମଧ୍ୟରେ ରହିଛି । ପରିବା ଦର ବୃଦ୍ଧି ହେବା ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ଗରିବ ମଧ୍ୟବିତ ଶ୍ରେଣୀର ଲୋକେ ।