ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବେନି ରାଜ୍ୟ ରାଜନୀତିର ବରିଷ୍ଠ ନେତା ଗିରିଧର ଗମାଙ୍ଗ । ସମୟ ମୋତେ ଲଢ଼ିବାକୁ କହୁନି ମୁଁ ମୋ ଅଞ୍ଚଳ ପାଇଁ ପ୍ରତିନିଧିତ୍ୱ କରୁଛି ବୋଲି ସେ କହିଛନ୍ତି । ଦଳ ଯଦି ମୋତେ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ କରେ ତେବେ ମୁଁ ମନା କରିବି । ଗଣମାଧ୍ୟମ ଆଗରେ ଏଭଳି ସୂଚନା ଦେଇଛନ୍ତି ସେ । ତେବେ ଗିରିଧର ଗମାଙ୍ଗଙ୍କ ଭଳି ନେତା ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ଚର୍ଚ୍ଚା ଜୋର ଧରିଛି । ସତରେ କଣ ଲଢ଼ିବେନି ଗିରିଧର ଗମାଙ୍ଗ? ନାଁ ସ୍ଥାନୀୟ ଭୋଟର ମନ ଜିଣିବା ପାଇଁ ଏହା ଏକ ବାହାନା ?
ଗିରିଧର ଗମାଙ୍ଗ ଏବେ ବିଜେପି ଦଳର ଜଣେ ସକ୍ରିୟ ନେତା । ତେବେ ଓଡିଶାରେ ବିଜେଡିର ହାୱା ବୋହୁଥିବାରୁ ପରାଜୟ ସୁନିଶ୍ଚିନ୍ତ ଭାବି ନିର୍ବାଚନରୁ ଓହରି ଯାଉଛନ୍ତି କି ରିରିଧର । ଏଭଳି ଅନେକ କଥା ଲୋକମାନେ କଥା ହେଉଛନ୍ତି । ସ୍ତ୍ରୀ ଏବଂ ପୁଅ ରାଜନୀତିରେ ସକ୍ରିୟ ଥିବା ବେଳେ ହଠାତ ଗିରିଧର କାହିଁକି ଏଭଳି ନିଷ୍ପତି ନେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପଛରେ କିଛି କାରଣ ଲୁଚି ରହିନି ତ? ଏଭଳି ସବୁ ଚର୍ଚ୍ଚା ହେଉଛି ।
କଂଗ୍ରେସ ପକ୍ଷରୁ କିଛି ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ଗିରିଧର ଗମାଙ୍ଗ । ରାଜ୍ୟ ରାଜନୀତି ସେ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା । ତେବେ କଂଗ୍ରେସରେ ତାଙ୍କୁ ଅଣଦେଖା କରିବା ଏବଂ ଦଳରେ କନ୍ଦଳ ବଢ଼ିବା ନେଇ ସେ କଂଗ୍ରେସ ଛାଡିଥିଲେ । ସେପଟେ ଦେଶରେ ମୋଦିଙ୍କ ଲୋକ ପ୍ରିୟତା ଏବଂ ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ ଗିରିଧର ଗମାଙ୍ଗ । ଯାହାକୁ ସେ ସମୟରେ ବହୁତ ଚର୍ଚ୍ଚା ହୋଇଥିଲା ।
ଦଳ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ କଲେ ମଧ୍ୟ ମନା କରିବି ବୋଲି କହିଛନ୍ତି ଗିରିଧର ଗମାଙ୍ଗ । ମୁଁ ମୋ ଅଞ୍ଚଳ ପାଇଁ ପ୍ରତିନିଧିତ୍ୱ କରିବି ବୋଲି ସେ ସୂଚନା ଦେଇଛନ୍ତି । ତେବେ ସେ ନିଜେ ନଲଢ଼ି ତାଙ୍କ ଆସନରେ ତାଙ୍କ ପୁଅକୁ ଛିଡା କରିବେ ବୋଲି ଅନୁମାନ କରିଛନ୍ତି ଜନ ସାଧାରଣ । ଏଣୁ ସେ ଏକ ପ୍ରକାର ସନ୍ୟାସ ନେବା ଭଳି କହିଛନ୍ତି । ଗିରିଧର ୨୦୧୪ ସାଧାରଣ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଏବଂ ଓଡିଶାରେ ବିଜେଡିର ପଲ୍ଲା ଭାରି ରହିଛି । ଏଣୁ ସେ ଡରି ଯାଇ ନିର୍ବାଚନ ମଇଦାନ ଛାଡି ଦେଉ ନାହାଁନ୍ତି ତ? ଏମିତି କିଛି ଗୁଜବ ଉଠୁଛି ।
ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । କିଏ ଦଳ ଛାଡୁଛି ତ ଆଉ କିଏ ଦଳରୁ ତଡା ଖାଉଛି । ଏଭଳି ଭାବରେ ଚାଲିଛି ନେତାଙ୍କ ଡ୍ରାମା । ଭୋଟରଙ୍କ ମନ ମୋହିବା ପାଇଁ ନୂଆ ନୂଆ ପାଲ୍ଲା କରୁଛନ୍ତି । ଏଣୁ ଗିରିଧର ବି କିଛି ନୂଆ ଲକ୍ଷ ରଖି ଏଭଳି ସୂଚନା ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।