ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପଡୁଥିବାରୁ ରାଜ୍ୟ ବିଜେପି ପକ୍ଷରୁ ଏହାକୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଜି ଭୁବନେଶ୍ୱର ଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ,ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।
ସପ୍ତାହେ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସମାଜ ମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନିଆଯିବ । ମାଗଣା ସ୍ୱାସ୍ଥ୍ୟସେବା ଶିବିର, ଚକ୍ଷଉ ପରୀକ୍ଷା କେନ୍ଦ୍ର , ରକ୍ତଦାନ ଔଷଧ ବଣ୍ଟନ କରାଯିବା ପାଇଁ ନିଷ୍ପତି ହୋଇଛି । ସେହଭଳି ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯିବ ।