ବାଲେଶ୍ୱର(ଏଟିଆର ବ୍ୟୁରୋ): ପ୍ରେମରେ ଏମିତି ଭୟଙ୍କର ପରିସ୍ଥିତି ବି ଆସିପାରେ ଯାହା ଜଣେ ସାଧାରଣ ମଣିଷ ଚିନ୍ତାର ବାହାରେ । ଏମତି ଲୋମ ହର୍ଷଣକାରୀ ଘଟଣା ଘଟିଛି ବାଲେଶ୍ୱରରେ ।
ବାଲେଶ୍ୱରର ଜଣେ ଯୁବତୀ ନିଜ ପ୍ରେମିକକୁ ଆଉ ଜଣେ ନାବାଳିକା ଝିଅ ଭଲପାଉଥିବା ସନ୍ଦେହ କରି ଉକ୍ତ ନାବାଳିକାର ଶରୀରକୁ ବ୍ଳେଡରେ କାଟି ପକାଇଛନ୍ତି ।
ସୁଚନା ଅନୁସାରେ ବାଲେଶ୍ୱରର ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ଅଞ୍ଚଳରେ ଏକ ଗାଡିଆ କୁ ଜଣେ ନାବାଳିକା ଗାଧୋଇବାକୁ ଆସିଥିବା ସମୟରେ ଆଉ ଜଣେ ଯୁବତୀ ତାଙ୍କୁ ବ୍ଳେଡରେ ଆକ୍ରମଣ କରିଥିଲେ । ଯୁବତୀ ଜଣଙ୍କ ସେହି ସମୟରେ ଚିତ୍କାର କରି କରି ତୁ ମୋ ବୟଫ୍ରେଣ୍ଡ କୁ କାହିଁକି ଭଲପାଉଛୁ ବୋଲି କହି ରାଗରେ ନାବାଳିକାଟିର ଗଳା, ଛାତି ଓ ପେଟକୁ ଗଭିର ଭାବେ ଆକ୍ରମଣ କରିଥିଲା ।
ନାବାଳିକାଟିକୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଏନେଇ ନୀଳଗିରି ଥାନାରେ ମଧ୍ୟ ଯୁବତୀଙ୍କ ନାମରେ ଲିଖିତ ଅଭିଯୋଗ ଦିଆଯାଇଛି ।