ବ୍ରହ୍ମପୁର (ଏଟିଆର ବ୍ୟୁରୋ): ସାମାନ୍ୟ ଛେଳି ପାଇଁ ଚୋର ଛାଡି ଦେଇ ଗଲେ ସ୍କର୍ପିଓ ଗାଡି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ । ଏହି ଘଟଣା ଗତକାଲି ଘଟିଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ କିଛି ଚୋର ଏକ ସ୍କର୍ପିଓ ଗାଡିରେ ଏହି ଅଞ୍ଚଳକୁ ଆସିଥିଲେ । ଏଠାରେ ଜଣେ ଛେଳି ଚାଷୀଙ୍କ ଗୁହାଳରେ ପଶି ଛେଳି ଚୋରି କରିବାକୁ ଉଦ୍ୟମ କରିଥିଲେ । ଏମିତି କି ଚାଷୀଙ୍କୁ ବନ୍ଧୁକ ମଧ୍ୟ ଦେଖାଇଥିଲେ ।
ବନ୍ଧୁକ ଦେଖାଇ ଡରାଇ ଗୁହଳାରୁ ୫୦ ଟି ଛେଳି ନେଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ଖବର ପାଇବା ପରେ ଚୋରଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ଚୋର ଗ୍ରାମରେ ସ୍କର୍ପିଓ ଛାଡି ଚାଲି ଯାଇଥିଲେ । ପୂର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ୨୨ ଟି ଛେଳି ଚୋରି ହୋଇଥିଲା । ଏବେ ପୁଣି ୫୦ ଟି ଛେଳି ଚୋରି ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ତେବେ ଏହି ଘଟଣାକୁ ନେଇ ଏବେ ଛେଳି ଚାଷୀଙ୍କ ନିଦ ହଜି ଯାଇଛି । ଗତକାଲି ଚୋରି ହୋଇଥିବା ଛେଳି ଚାଷୀଙ୍କ ନାମ ଉଦୟ ଗଉଡ ବୋଲି ଜଣା ପଡିଛି ।