ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ୧୭୦ ଗ୍ରାମ ସୁନା । ମଳଦ୍ୱାରରେ ଲୁଚାଇ ରକି ଚୋରାଚାଲାଣ କରୁଥିଲେ ବ୍ୟକ୍ତି । ଚଢାଉ କଲା କଷ୍ଟମ ବିଭାଗ । ଦିନକୁ ଦିନ ବଢିଚାଲିଛି ସୁନା ଚୋରା ଚଲାଣ । ବିଶେଷକରି ବିମାନବନ୍ଦର ମାନଙ୍କରେ ସୁନା ଚୋରାଚାଲାଣ କମିବାର ନାଁ ନେଉନାହିଁ । ଆର୍ନ୍ତଜାତୀୟ ବିମାନବନ୍ଦର ମାନଙ୍କରେ ବିପୁଳ ମାତ୍ରାରେ ସୁନା ଚୋରାଚାଲାଣ ହେଉଥିବାବେଳେ ଏହାକୁ ରୋକିବାପାଇଁ କଷ୍ଟମ ବିଭାଗ ସବୁବେଳେ ଚେଷ୍ଟା ଜାରି ରହିଛି ।
ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମଧ୍ୟ ପୂର୍ବରୁ ବହୁ ବାର ସୁନା ଚୋରାଚାଲାଣକୁ ରୋକାଯାଇଛି । ଆଜି ପୁଣିଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ନିଜ ମଳଦ୍ୱାରରେ ସୁନା ଚୋରାଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ପାଖାପାଖି ୧୭୦ ଗ୍ରାମ ସୁନାକୁ ଜବତ କରିଛନ୍ତି କଷ୍ଟମ ବିଭାଗର କର୍ମଚାରୀ । ତେବେ ଜବତ ସୁନାର ମୁଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି ।
କ୍ୱାଲାଲମପୁରରୁ ଜଣେ ବ୍ୟକ୍ତି ଏ ସବୁ ସୁନାକୁ ନିଜ ମଳଦ୍ୱାରରେ ନେଇ ଆସୁଥିବା ଜଣାପଡିବା ପରେ କଷ୍ଟମ ବିଭାଗ ତାଙ୍କୁ ଅଟକାଇ ତାଠାରୁ ସୁନାକୁ ଜବତ କରିଥିଲା । ତେବେ ବ୍ୟକ୍ତିଜଣକ ଭାରତୀୟ ବଂଶୋଦ୍ଭବ ବୋଲି ଜଣାପଡିଛି । ତାଙ୍କ ଘର ତାମିଲନାଡୁର ରାମନାଥପୁରମ ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି କଷ୍ଟମ ବିଭାଗ । ବାରମ୍ବାର ଏପରି ଚୋରାଚାଲଣ ହେଉଥିବା ବେଳେ ବିମାନବନ୍ଦର ମାନଙ୍କରେ ଏଗୁଡିକୁ ରୋକିବା ପାଇଁ କଷ୍ଟମ ବିଭାଗ ଏବେ ତତ୍ପରତା ଦେଖାଇଛି ।