ଭଦ୍ରକ ( ଏଟିଆର ବ୍ୟୁରୋ): ଭଦ୍ରକ ଧାମରା ବନ୍ଦର ନିକଟରେ ଏକ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି । ଟ୍ରେନର ୭ ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି । ଉକ୍ତ ଲାଇ ଦେଇ ଯାତାୟତ କରୁଥିବା ଟ୍ରେନ ସବୁ ଏବେ ବାତିଲ କରାଯାଇଛି । ଖବର ମୁତାବକ ଧାମରା ବନ୍ଦରର ଅଦାନି କମ୍ପାନିରୁ ଗତକାଲି ବିଳମ୍ବିତ ରାତିରେ ଏହି କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ତିହିଡ଼ି ରୁରାଲଥାନା ଅନ୍ତର୍ଗତ ପାଳିଆ ବିଝାରପୁର ନିକଟରେ ଲାଇନ୍ ଚ୍ୟୁତ୍ ହୋଇଛି ।
ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ରେଳବାଇ ପକ୍ଷରୁ ଲାଇନ କ୍ଲିୟର କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଟ୍ରେନଟି କାହିଁକି ଲାଇନଚ୍ୟୁତ ହେଲା ତାହା ସ୍ପଷ୍ଟ ହୋଇନାହିଁ । ସେ ନେଇ ତଦନ୍ତ ଚାଲିଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । କମ୍ପାନୀର କର୍ମଚାରୀ ଓ ରେଳବାଇ କର୍ମଚାରୀ ସେଠାରେ ଉପସ୍ଥିତ ରହିଛନ୍ତି ।