ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଜାନୁଆରୀ ୧୫ ଅର୍ଥାତ କାଲି ମକର ସଂକ୍ରାନ୍ତି ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସହ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା କାଲିର ଛୁଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିସାରିଛନ୍ତି । ରାଜ୍ୟ ସରକାର ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି । ତେଣୁ ଆସନ୍ତାକାଲି ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ଅନ୍ୟପଟେ ରାତି ପାହିଲେ ଦକ୍ଷିଣ ଭାରତୀୟଙ୍କ ବଡ ପର୍ବ ପୋଙ୍ଗଲ ତଥା ମକର ସଂକ୍ରାନ୍ତି ପାଳନ ହେବ । ସେଥିପାଇଁ ଆଜିଠାରୁ ଜମିଲାଣି ପୋଙ୍ଗଲ ପର୍ବର ଧୁମ । ଦୂରଦୂରାନ୍ତରରେ ଥିବା ସମସ୍ତ ବନ୍ଧୁ ପରିଜନ ଘରକୁ ଆସିବା ସହ ଆଜି ଭୋଗୀ ତଥା ଲହରୀ ପାଳନ କରୁଛନ୍ତି । ତେଲୁଗୁ ସମ୍ପ୍ରଦାୟର ଯୁବକ ଓ ବୟସ୍କମାନେ ଗତକାଲି ରାତିରୁ କାଠ ପ୍ରସ୍ତୁତ କରି ନିଁଆ ଜାଳିଛନ୍ତି । ଏହି ପର୍ବକୁ ଜୟପୁର ସହରରେ ବେଶ ଧୁମଧାନରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଏହି ପର୍ବରେ ଦକ୍ଷିଣ ଭାରତୀୟ ଲୋକେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବା ସହ ନୂଆ ଖାଇଥାନ୍ତି ।