ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପ୍ରତିଷେଧକ ଟିକାକୁ ସର୍ବସାଧାରଣ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକ। ପ୍ରସ୍ତୁତ କରିଥିବା ଟିକାର ବ୍ୟବହାର କରିବା ପାଇଁ ଭାରତ ସରକାର ଅନୁମତି ଦେବେ । ସେରମ ଟିକାର ବ୍ୟବହାର ପାଇଁ ଭାରତ ସରକାର ପୂର୍ବରୁ ଅନୁମତି ମାଗିଥିଲେ ।
ତେବେ ସରକାରଙ୍କ ପାଖରେ ଏହି ଟିକା କେତେ ସୁରକ୍ଷିତ ଏହାର ରିପୋର୍ଟ ପହଞ୍ଚିଯାଇଛି । ସରକାର ଆସନ୍ତା ମାସରୁ ଦେଶରେ ଟିକାକରଣ ଆରମ୍ଭ କରିବେ ବୋଲି କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଅକ୍ସଫୋର୍ଡ ଟିକାକୁ ସରକାର ପ୍ରଥମେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛନ୍ତି ।
ଭାରତ ସମେତ ବିଟ୍ରେନ ଓ ବ୍ରାଜିଲରେ ମଧ୍ୟ ଅକ୍ସଫୋର୍ଡ ଟିକାର ପରୀକ୍ଷଣ କରାଯାଇଛି । ସୂଚନା ଅନୁଯାୟୀ ଦୁଇଟି ଟିକାର ଫୁଲ ଡୋଜ ନେଲେ ଏହା କରୋନାକୁ ୬୨% ସଂକ୍ରମଣରୁ ରକ୍ଷା କରିବାରେ ସକ୍ଷମ ହେଉଛି । ତେବେ ପ୍ରଥମ ଅଧା ଓ ପରେ ଫୁଲ ଡୋଜ ନେଲେ ଏହା ୯୦% କରୋନା ସଂକ୍ରମଣରୁ ରକ୍ଷା କରିବ ବୋଲି ଜଣାପଡୁଛି । ସେରମ ପକ୍ଷରୁ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଟିକାକାଣର ପ୍ରଥମ ପର୍ଯ୍ୟାୟରେ ସେରମ ଭାରତ ସରକାରଙ୍କୁ ୫୦ ରୁ ୬୦ ମିଲିୟନ ଟିକା ଦେବ ବୋଲି ଜଣାପଡିଛି ।