ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଅନଲାଇନରେ ଅଡ଼ର ଦେଲେ ଏଣିକି ଘରେ ଆସି ପହଞ୍ଚାଇବ ଘରୋଇ ସାମଗ୍ରୀ ଓ ପନିପରିବା ଏଜିସି କାର୍ଟ । କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଏହି ସଂସ୍ଥା କୁ ଭୁବନେଶ୍ୱର ମହାନଗର ନିଗମ ର ଜୋନାଲ୍ ଡ଼େପୁଟି କମିସନର ଅଶୁଂମାନ ରଥ ଓ ଓଡ଼ିଆ ସିନେ ତାରକା ତଥା କଂପାନିର ବ୍ରାଣ୍ଡ ଆମ୍ବାସାଡ଼ର ସବ୍ୟସଚୀ ମିଶ୍ର ଉଦଘାଟନ କରିଛନ୍ତି ।
ଏହି କାର୍ଟ ଲୋକମାନଙ୍କ ଘରେ କୃଷିଜାତ ସାମଗ୍ରୀ, ଗ୍ରୋସରି , ବେକରି ,ଦୁଗ୍ଧଜାତୀୟ ସାମଗ୍ରୀ , ମାଛ , ମାଂସ , ଓ ନିଜର ପର୍ସନାଲ ସାମଗ୍ରୀ ପହଞ୍ଚାଇ ପାରିବ । କଂପାନିର ନିଜର ୱେବସାଇଟ୍ ଓ ଆପ ମଧ୍ୟ ରହିଛି । ଯାହା ମାଧ୍ୟମରେ ଆପଣ ନିଜର ସବୁ ସାମଗ୍ରୀ ଅଡ଼ର କରିପାରିବେ । ଏହି ସଂସ୍ଥାର ପ୍ରବନ୍ଧକ ସଂଗ୍ରାମ କେଶରୀ କହିଛନ୍ତି , ଗ୍ରୋସରି , ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଲୋକମାନଙ୍କୁ ବଜାରକୁ ଯାଇ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ ।
ବର୍ତ୍ତମାନ ଏହି କଂପାନି ଭୁବନେଶ୍ୱର ରେ ଏହାର ସେବା ଆରମ୍ଭ କରୁଥିବା ବେଳେ ଆଗାମୀ ଦିନରେ କଟକରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ବୋଲି କୁହାଯାଇଛି । ସାମଗ୍ରୀ ପହଞ୍ଚାଇବା ଲାଗି କଂପାନି ଡ଼େଲିଭରି ବାବବଦରେ କୈାଣସି ପଇସା ଦେବାକୁ ପଡ଼ିବ ନାହିଁ ।ଏହାର ବିଶେଷ ଗୁରୁତ୍ୱ ହେଇଛି ଲୋକମାନଙ୍କ ପାଖରେ କନ୍ଧମାଳ ହଳଦୀ , କୁଚିଣ୍ଡା ଲଙ୍କା ଏବଂ ନିମାପଡ଼ାର ଦୁଗ୍ଧଜାତିୟ ସାମଗ୍ରୀ ପହଞ୍ଚାଇବା ।