ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାୟୀ ନିଯୁକ୍ତି ଏବଂ ଦରମା ବୃଦ୍ଧି ପାଇଁ ଲୋୟର ପିଏମଜିରେ ଦୀର୍ଘ ୧୮ଦିନ ଧରି ଧାରଣାରେ ବସିଛନ୍ତି ଓଡିଶା ଗ୍ରାମ ରୋଜଗାର ସେବକ ସଂଘ । ଗ୍ରାମ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରୁଥିବା ସଂଘ ସ୍ଥାୟୀ ନିଯୁକ୍ତି ପାଇଁ ଅଡି ବସିଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ୬ ଜହାର ସଦସ୍ୟ ଦାବୀ ପୂରଣ ପାଇଁ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ଗତ ୧୫ ତାରିଖରୁ ସ୍ଥାୟୀ ନିଯୁକ୍ତି ଦାବୀରେ ଆନ୍ଦୋଳନ ଜାରି କରିଛି ସଂଘ ।
ଗ୍ରାମାଞ୍ଚଳରେ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏମାନଙ୍କ ଦରମା କମ ରହିଛି । ସମାନ କାମ ପାଇଁ ସମାନ ମଜୁରି ମିଳୁନି । ସେପଟେ ସରାକରୀ କାମକୁ ବେସରକାରୀ ଦରମା ମିଳୁଥିବା ସଂଘ ପକ୍ଷରୁ ଦାବୀ କରାଯାଇଛି । ଗ୍ରାମ ପଞ୍ଚାୟତର ସରକାରୀ କାର୍ଯ୍ୟ କରାଯାଉଥିବା ରାସ୍ତା ଘାଟ ଠାରୁ ଆରମ୍ଭ କରି ସମସ୍ତ ବିଲ କାଗଜ ପତ୍ର କରୁଥିଲେ ମଧ୍ୟ ଏମାନଙ୍କୁ ଜିଲ୍ଲାପାଳଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବାକୁ ପଡୁଛି । ଏଣୁ ସରକାର ସ୍ଥାୟୀ ନିଯୁକ୍ତି କରିବା ଦାବୀରେ ସଂଘ ପକ୍ଷରୁ ବଡ ଧରଣର ଆନ୍ଦୋଳନ କରାଯାଇଛି । ସରକାର ଯେତେଦିନ ପର୍ଯ୍ୟନ୍ତ ଦାବୀ ନଶୁଣିବେ ଆନ୍ଦୋଳନରୁ ଓହରିବେନି ବୋଲି ସଂଘର ସମ୍ପାଦକ ଅଜୟ କୁମାର ଜେନା କହିଛନ୍ତି ।