ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ସ୍କୁଲ ପିଲାଙ୍କ ପାଇଁ ଆଣିଛନ୍ତି ନୂଆ ଗାଇଡଲାଇନ । ଏହି ଗାଇଡ ଲାଇନ ଅନୁସାରେ ଏଣିକି ସ୍କୁଲ ପିଲାଙ୍କ ପାଇଁ କମିବ ବହି ବ୍ୟାଗର ବୋଝ । ପୁଲାଙ୍କ ଓଜନ ଠାରୁ ବହି ବ୍ୟାଗର ଓଜନ୧୦ % ରୁ କମ୍ ରହିବ ବୋଲି କୁହାଯାଇଛି ।
ପ୍ରତି ତିନି ମାସରେ ଥରେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ ଓଜନ କରାଯିବ । ଯଦି ପିଲାର ଓଜନ ୩୦ କେଜି ଥାଏ ତେବେ ସେ ୩ କେଜି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଯିବ । ସେହିପରି ଯଦି ପିଲାର ଓଜନ ଠାରୁ ବହି ବସ୍ତାନିର ଓଜନ ଅଧିକ ହୁଏ ତେବେ ସ୍କୁଲ କର୍ତ୍ତୁପକ୍ଷ ଏନେଇ ଅଭିଭାବକଙ୍କୁ ଜଣାଇବେ ।
ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି । ୨୦୨୧ ଓ ୨୨ ଶିକ୍ଷା ବର୍ଷରୁ ସମସ୍ତ ରାଜ୍ୟରେ ଏହି ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଥମରୁ ଦ୍ୱିତୀୟ ଶ୍ରେଣୀ ପିଲାମାନେ କ୍ଲାସ ୱାର୍କ ପାଇଁ ଗୋଟିଏ ନୋଟ ବୁକ ଓ ଦ୍ୱିତୀୟ ରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨ ଟି ନୋଟ ବୁକ ବ୍ୟବହାର କରିପାରିବେ । ଏବଂ ଗୋଟେ ନୋଟ ବୁକ ସ୍କୁଲ ରେ ରହିବ ଓ ଆଉ ଏକ ନୋଟ ବୁକ ପିଲାଙ୍କ ବସ୍ତାନରରେ ରହିବ ।